୨୪ ଘଣ୍ଟାରେ ଶହେ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ,୧୫।୫: ଦେଶରେ ଅଣାୟତ ହେଲାଣି କରୋନା ସ୍ଥିତି। ବେଳକୁ ବେଳ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଛି ୮୧,୯୭୦ରେ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୩,୯୬୭ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଏବେସୁଦ୍ଧା ୫୧,୪୦୧ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ୨୭,୯୧୯ ଜଣ ସୁସ୍ଥ ହୋଇ ସାରିଲେଣି। ସେହିପରି ଦେଶରେ କରୋନା ମୋଟ ମୃତ୍ୟୁ ସଂଖ୍ୟା ୨,୬୪୯ରେ ପହଞ୍ଚିଛି। ମହାରାଷ୍ଟ୍ର ସବୁଠାରୁ ଖରାପ ସ୍ଥିତିରେ ଥିବା ବେଳେ ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୭,୫୨୪। ଏମାନଙ୍କ ମଧ୍ୟରୁ ୬,୦୫୯ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୧୯ ଜଣଙ୍କ ମୃତ୍ୟୁ ହେଲାଣି। ତାମିଲନାଡୁରେ ଏବେସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୬୭୪ ଥିବା ବେଳେ ୨,୨୪୦ ସୁସ୍ଥ ହୋଇ ସାରିଲେଣି ଓ ୬୬ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହାପଛକୁ ରହିଛି ଗୁଜରାଟ। ଏଠାରେ ୯,୫୯୧ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩,୭୫୩ ସୁସ୍ଥ ହୋଇଛନ୍ତି ଓ ୫୮୬ ଜଣଙ୍କ ମୃତ୍ୟୁ ହୋଇଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ଏଠାରେ ୮,୪୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩,୦୪୫ ସୁସ୍ଥ ହୋଇଛନ୍ତି ଓ ୧୧୫ ଜଣଙ୍କ ମୃତ୍ୟୁ ହୋଇଛି।

Share