Categories: ଜାତୀୟ

୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୭୫ ପୋଲିସକର୍ମୀ କରୋନା ପଜିଟିଭ୍‌

ମୁମ୍ବାଇ, ୨୭।୫: ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୩୮୭ଟି ମାମଲା ସାମ୍ନାକୁ ଆସିଥିବାବେଳେ ୧୭୦ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହୋଇଛି। ଏଠାରେ ଗତ ୨୪ ଘଣ୍ଟାରେ ୭୫ ପୋଲିସକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏପର୍ଯ୍ୟନ୍ତ ଏହି ଭୂତାଣୁରେ ୨୦ ଜଣ ପୋଲିସକର୍ମୀଙ୍କ ମୃତ୍ୟୁ ଘଟିଛି।

Share