Categories: ଜାତୀୟ

୨୩ରେ ୪ ରାଜ୍ୟରେ ବିଧାନସଭା ଉପନିର୍ବାଚନ

ନୂଆଦିଲ୍ଲୀ,୨୬ା୮(ପି.ଟି.):ଉତ୍ତରପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ କେରଳର ଗୋଟିଏ ଲେଖାଏ ବିଧାନସଭା ଆସନରେ ସେପ୍ଟେମ୍ବର ୨୩ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ରବିବାର ଏନେଇ ଘୋଷଣା କରିଛନ୍ତି। ସେହି ଆସନଗୁଡ଼ିକ ହେଲା ଛତିଶଗଡ଼ର ଦାନ୍ତଓ୍ବୋଡା, ତ୍ରିପୁରାର ବଧେରଘାଟ, ଉତ୍ତରପ୍ରଦେଶର ହମିରପୁର ଏବଂ କେରଳର ପାଲା। ହମିରପୁରର ଭାଜପା ବିଧାୟକ ଅଶୋକ ଚାଣ୍ଡେଲ୍‌ ଅଯୋଗ୍ୟ ଘୋଷିତ ହେବା ପରେ ସେଠାରେ ଉପନିର୍ବାଚନର ଆବଶ୍ୟକ ପଡିଛି। ସେହିପରି ଦାନ୍ତଓ୍ବୋଡ଼ା, ପାଲା ଓ ବଧେରଘାଟର ବିଧାୟକମାନଙ୍କ ପରଲୋକ ହୋଇଥିବାରୁ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ୪ଟି ଆସନ ପାଇଁ ଅଗଷ୍ଟ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ସେପ୍ଟେମ୍ବର ୨୭ରେ ଭୋଟଗଣତି ହେବ। ଉତ୍ତରପ୍ରଦେଶର ଅନ୍ୟ ୧୨ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଥିଲେ ହେଁ ଏଥିପାଇଁ ତାରିଖ ଘୋଷଣା ହୋଇନାହିଁ। ଅଧିକାଂଶ ବିଧାୟକ ଲୋକ ସଭାକୁ ନିର୍ବାଚିତ ହୋଇଥିବାରୁ ସେହି ଆସନଗୁଡିକ ଖାଲିପଡିଛି।

Share