ହଜ୍‌ଯାତ୍ରା ଉପରେ ସଙ୍କଟ

ନୂଆଦିଲ୍ଲୀ/ମକ୍କା, ୬।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବା ଲାଗି ବହୁ ଦେଶରେ ଧାର୍ମିକସ୍ଥଳକୁ ବନ୍ଦ କରି ଦିଆଯାଇଛି। ଏପରିସ୍ଥଳେ ଚଳିତ ବର୍ଷ ମକ୍କା-ମଦିନାକୁ ଯିବା ପାଇଁ ଶ୍ରଦ୍ଧାଳୁଙ୍କ ଉପରେ କଟକଣା ଜାରି କରାଯାଇଛି। ଫଳରେ ହଜ୍‌ଯାତ୍ରା ଉପରେ ଦୀର୍ଘ ୨୨୨ ବର୍ଷ ପରେ ପୁଣିଥରେ ସଙ୍କଟ ଦେଖାଦେଇଛି। ପୂର୍ବରୁ ୧୭୯୮ରେ ହଜ୍‌ଯାତ୍ରାକୁ ରଦ୍ଦ କରାଯାଇଥିଲା। ୧୯୧୮ରେ ଫ୍ଲୁ ସମୟରେ ହଜ୍‌ ଯାତ୍ରାକୁ ବନ୍ଦ କରାଯାଇ ନ ଥିଲା। ତେବେ ଏବେ କରୋନା ସଙ୍କଟ ଯୋଗୁ ଏଭଳି ହେବାର ସମ୍ଭାବନା ରହିଥିବା କୁହାଯାଉଛି। ଭାରତୀୟ ହଜ୍‌ କମିଟି ପକ୍ଷରୁ ଯାତ୍ରା ବାତିଲ୍‌ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କୁ ସମସ୍ତ ଟଙ୍କା ଫେରସ୍ତ ଦିଆଯିବ ବୋଲି କୁହାଯାଇଛି। ହଜ୍‌ ଯାତ୍ରା ନେଇ ସୌଦି ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିବା ହଜ୍‌ କମିଟି କହିଛି। ଇତିମଧ୍ୟରେ ସୌଦିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ହଜାର ୭୦୦ ରହିଛି। ସେହିପରୀ ମୃତ୍ୟୁ ସଂଖ୍ୟା ୬୪୨ ଛୁଇଁଛି। କରୋନା ସଂକ୍ରମଣ ଯୋଗୁ ସୌଦି ସରକାର ୨୦୨୦ ଫେବୃୟାରୀ ୨୭ରେ ଉମ୍‌ରା ଉପରେ କଟକଣା ଜାରି କରିଥିଲେ। ଏହାପରେ ମାର୍ଚ୍ଚରେ ହଜ୍‌ ଯାତ୍ରା ପ୍ରସ୍ତୁତି ଉପରେ ଅସ୍ଥାୟୀ ରୋକ ଲଗାଯାଇଥିବା ସୌଦି ସରକାର କହିଥିଲେ। ମକ୍କା-ମଦିନାକୁ କୌଣସି ଶ୍ରଦ୍ଧାଳୁ ଉମ୍‌ରା ପାଇଁ ଆସିପାରିବେ ନାହିଁ ବୋଲି ନିର୍ଦ୍ଦେଶରେ କୁହାଯାଇଥିଲା। ଏପରି ହେଲେ ସୌଦିର କୋଟି କୋଟି ଟଙ୍କା କ୍ଷତି ହେବ। ଗତ ବର୍ଷ ପ୍ରାୟ ୨୦ ଲକ୍ଷ ଶ୍ରଦ୍ଧାଳୁ ପୃଥିବୀର ବିନ୍ନ ଅଞ୍ଚଳରୁ ହଜ୍‌ ପାଇଁ ସୌଦି ଆସିଥିଲେ। ଏହା ଯୋଗୁ ସୌଦି ସରକାରଙ୍କର ୯୨ ହଜାର କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିଲା। କିନ୍ତୁ ଏବେ ହଜ୍‌ ଯାତ୍ରା ବନ୍ଦ ହେଲେ ସୌଦି ସରକାର କ୍ଷତି ସହିବେ ବୋଲି କୁହାଯାଉଛି। ମହାମାରୀ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ କମିଥିବାବେଳେ ଏବେ ହଜ୍‌ ଯାତ୍ରା ଉପରେ ଲାଗି ରହିଥିବା ସଙ୍କଟ ସୌଦି ସରକାରଙ୍କ ଚିନ୍ତା ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri