Categories: ବାଣିଜ୍ୟ

୨୨ରୁ ନୂଆ ଜିଏସ୍‌ଟି ଫାଇଲିଂ ଇଣ୍ଟରଫେସ୍‌

ନୂଆଦିଲ୍ଲୀ,୧୩-୧୦: ଚଳିତ ମାସ ୨୨ରୁ ନୂଆ ଜିଏସ୍‌ଟି ଫାଇଲିଂ ଇଣ୍ଟରଫେସ୍‌ କାର୍ଯ୍ୟକ୍ଷମ ହେବ। ଜିଏସ୍‌ଟି ଫାଇଲିଂ ବ୍ୟବସ୍ଥାକୁ ଆହୁରି ସରଳୀକରଣ କରିବା ଲକ୍ଷ୍ୟରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଏସ୍‌ଟି ନେଟଓ୍ବର୍କ(ଜିଏସ୍‌ଟିଏନ୍‌) ପକ୍ଷରୁ କୁହାଯାଇଛି। ଭର୍ସନ-୨ରେ ଅଂଶୀଦାରଙ୍କ ବିଭିନ୍ନ ପ୍ରସ୍ତାବ ଉପରେ କାର୍ଯ୍ୟଧାରା ଗ୍ରହଣ କରାଯାଇଛି। ବିଭିନ୍ନ ପରୀକ୍ଷାନିରୀକ୍ଷା ପରେ ଭର୍ସନ-୩କୁ ଚଳିତ ମାସ ୨୨ରେ ଶୁଭାରମ୍ଭ କରାଯିବ ବୋଲି ଜିଏସ୍‌ଟି ନେଟଓ୍ବର୍କ ସିଇଓ ପ୍ରକାଶ କୁମାର ଶନିବାର କହିଛନ୍ତି। ଆଇଆଇଟି ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ପରୋକ୍ଷ ଟିକସକୁ ସରଳୀକରଣ କରିବା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ଆୟକର ବିଭାଗ ସହ ତଥ୍ୟ ଆଦାନ ପ୍ରଦାନ ଦ୍ୱାରା ଟିକସ ଚୋରିକୁ ରୋକିବା ଦିଗରେ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ପରୋକ୍ଷ ଟିକସ ବ୍ୟବସ୍ଥାରେ ୧୨.୩ ନିୟୁତ ପଞ୍ଜୀକୃତ ଟିକସଦାତା ରହିଥିବା ସେ ସୂଚନା ଦେଇଛନ୍ତି।

Share