୨୧ରେ ପାଲଲହଡ଼ା ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ପାଲଲହଡା,୬।୮(ଡି.ଏନ.ଏ.)

ଆସନ୍ତା ୨୧ରେ ଅନୁଷ୍ଠିତ ହେବ ପାଲଲହଡା ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏଥିପାଇଁ ଅଗଷ୍ଟ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏ ନେଇ ନିର୍ବାଚନ କମିଶନ ଚିଠି ନଂ. ୨୦୩୪/୦୩/୦୮/୨୦୧୯ରେ ଘୋଷଣା କରିଥିବା ସୋମବାର ଏକ ଖବରଦାତା ସମ୍ମିଳନୀରେ ପାଲଲହଡା ବିଡିଓ ତ୍ରିବିକ୍ରମ କୁମୁରା ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି, ପାଲଲହଡା ବ୍ଲକ ଅଧ୍ୟକ୍ଷ ମୁକେଶ କୁମାର ପାଲ ଗତ ସାଧାରଣ ନିର୍ବାଚନରେ ବିଧାୟକ ଭାବେ ବିଜୟୀ ହେବାପରେ ବ୍ଲକ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିଲା।