୨୧ବର୍ଷ ପରେ ଅଲଗା ହେଲେ ଅର୍ଜୁନ-ମେହେର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୁନ ରାମପାଲ ତାଙ୍କ ସ୍ତ୍ରୀ ମେହେର ଜେସିୟାଙ୍କଠାରୁ ଦୀର୍ଘ ୨୧ ବର୍ଷ ପରେ ବିଧିବଦ୍ଧ ଭାବେ ଅଲଗା ହୋଇଯାଇଥିବା ସୂଚନା ମିଳିଛି। ବାନ୍ଦ୍ରାର ଏକ ଫ୍ୟାମିଲି କୋର୍ଟରେ ଉଭୟଙ୍କ ଡିଭୋର୍ସକୁ ମଞ୍ଜୁରୀ ମିଳିଛି। ୨୧ ବର୍ଷ ଏକାଠି ରହିବା ପରେ ଉଭୟ ଅର୍ଜୁନ ଓ ମେହେର ୩୦ ଏପ୍ରିଲ ୨୦୧୯ରେ ଅଲଗା ହେବା ପାଇଁ ଆବେଦନ କରିଥିଲେ। ଆଉ ଏହାର ୬ ମାସ ପରେ ଉଭୟ ଆଇନ୍‌ ଅନୁଯାୟୀ ଅଲଗା ହୋଇଯାଇଛନ୍ତି। ତେବେ ଅର୍ଜୁନଙ୍କର ୨ ଝିଅ ମାହିକା ଓ ମାୟରା ସ୍ତ୍ରୀ ମେହେରଙ୍କ ପାଖେ ରହିବେ। ସୂଚନାଯୋଗ୍ୟ, ଅର୍ଜୁନ ୧୯୯୮ରେ ସୁପର ମଡେଲ ମେହେର ଜେସିୟାଙ୍କୁ ବିବାହ କରିଥିଲେ। ୨୦୧୧ ପରଠାରୁ ଉଭୟଙ୍କ ଭିତରେ କଳହ ଆରମ୍ଭ ହୋଇଯାଇଥିଲା। ୨୦୧୮ରେ ଏମାନେ ଅଲଗା ହେବେ ବୋଲି ଘୋଷଣା କରିଥିଲେ। ଆଉ ଏହାପରେ ଅର୍ଜୁନ ଅଲଗା ହୋଇ ରହୁଥିଲେ। ଅନ୍ୟପଟେ ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ ଗୈବ୍ରିଏଲା ଡେମେଟ୍ରିଏଡସ୍‌ଙ୍କର ପୁଅ ଅଛି ଯାହାର ଜନ୍ମ ଚଳିତ ବର୍ଷ ଜୁଲାଇ ୧୮ରେ ହୋଇଛି। ଏମାନଙ୍କ ଲଭ୍‌ ଷ୍ଟୋରୀ ୨୦୦୯ ଆଇପିଏଲ୍‌ ମ୍ୟାଚ ସମୟରୁ ହୋଇଥିଲା।

Share