୨୦ ହଜାର ଯୋଡା ଜୋତା ଦାନ କରିବେ ପ୍ରିୟଙ୍କା !

ମୁମ୍ବାଇ: ଦେଶ କରୋନା ଭାଇରସ ସହ ଲଢୁଥିବା ବେଳେ ଏବେ ସମସ୍ତେ ଏହାଠାରୁ ବିଜୟୀ ହେବାକୁ ଲାଗି ପଡିଛନ୍ତି। ବଲିଉଡ୍‌ର ଅନେକ ସେଲିବ୍ରିଟି ଏ ଦିଗରେ ସହଯୋଗର ହାତ ବି ବଢାଇଛନ୍ତି। ନିକଟରେ ମିଳିଥିବା ଖବର ଅନୁଯାୟୀ, ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏହି ସଙ୍କଟର ସାମ୍ନା କରୁଥିବା ମହିଳାମାନଙ୍କ ପାଇଁ ୨୦ ହଜାର ଯୋଡା ଜୋତା ଦାନ କରିବେ ବୋଲି ଶୁଣିବାକୁ ମିଳିଛି। ପ୍ରିୟଙ୍କା ଲସ୍‌ ଆଞ୍ଜେଲସରେ କରୋନା ସହ ମୁକାବିଲା କରୁଥିବା ମହିଳାମାନଙ୍କ ପାଇଁ ୧୦ ହଜାର ଯୋଡା ଫୁଟଓ୍ବେୟାର ଦାନ କରିବେ ବୋଲି ଜଣାପଡିଛି। ସେହିପରି ଭାରତର ମହିଳା ସ୍ବାସ୍ଥକର୍ମୀମାନଙ୍କୁ ମଧ୍ୟ ୧୦ ହଜାର ଯୋଡା ଜୋତା ଦାନ କରିବେ ବୋଲି କୁହାଯାଉଛି। ଏକ ସାକ୍ଷାତ୍‌କାରରେ ପ୍ରିୟଙ୍କା କହିଛନ୍ତି କରୋନା ଭଳି ମହାମାରୀର ସାମ୍ନା କରୁଥିବା ସ୍ବାସ୍ଥ୍ୟକର୍ମୀମାନେ ହେଉଛନ୍ତି ବର୍ତ୍ତମାନର ରିୟଲ ହିରୋ। ଆମକୁ ସୁରକ୍ଷା ଦେବାକୁ ସେମାନେ ଦିନରାତି ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ବୋଲି ସେ କହିଛନ୍ତି।

Share