Posted inଖେଳ

୨୦ କି.ମି. ଚାଲିରେ ଭାଓ୍ବାନାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ରାଞ୍ଚି,୧୫।୨(ପି.ଟି.)- ଭାରତୀୟ ଭାଓ୍ବାନା ଜଟ ୨୦ କିଲୋମିଟର ଚାଲି ଇଭେଣ୍ଟରେ ଜାତୀୟ ରେକର୍ଡ ଭଙ୍ଗ କରିବା ସହ ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ଶନିବାର ଅନୁଷ୍ଠିତ ଜାତୀୟ ଚାମ୍ପିୟନଶିପରେ ରାଜସ୍ଥାନ ଆଥ୍‌ଲେଟ୍‌ ୨୦ କି.ମି. ଦୂରତାକୁ ୧ ଘଣ୍ଟା ୨୯ ମିନିଟ୍‌ ୫୪ ସେକେଣ୍ଡରେ ଶେଷ କରି ଏହି ସଫଳତା ପାଇଛନ୍ତି। ଅଲିମ୍ପିକ୍ସ ଲାଗି ଏହି ଇଭେଣ୍ଟରେ ୧:୩୧.୦୦ କ୍ୱାଲିଫାଇଂ ଟାଇମିଂ ଧାର୍ଯ୍ୟ କରାଯାଇଥିଲା। ଏହି ଇଭେଣ୍ଟରେ ପ୍ରିୟଙ୍କା ଗୋସ୍ବାମୀ ଅଳ୍ପକେ ଅଲିମ୍ପିକ୍ସ ଯୋଗ୍ୟତାରୁ ବଞ୍ଚିତ ହୋଇଛନ୍ତି। ତାଙ୍କୁ ରେସ୍‌ ଶେଷ କରିବା ପାଇଁ ୧:୩୧.୩୬ ଘଣ୍ଟା ଲାଗିଥିଲା। ଭାଓ୍ବାନାଙ୍କ ପ୍ରଦର୍ଶନରେ ଚମତ୍କାର ଉନ୍ନତି ଆସିଛି। ଗତବର୍ଷ ଏଠାରେ ଅନୁଷ୍ଠିତ ଜାତୀୟ ଓପନ ଚାମ୍ପିୟନଶିପବେଳେ ଭାଓ୍ବାନା ୧:୩୮.୩୦ ସେ. ଟାଇମିଂ ହାସଲ କରିଥିଲେ। ଗତବର୍ଷ ଅଗଷ୍ଟରେ ପୁଣେଠାରେ ଆୟୋଜିତ ସର୍ବଭାରତୀୟ ଆନ୍ତଃ ରେଲଓ୍ବେ ଆଥ୍‌ଲେଟିକ୍ସ ଚାମ୍ପିୟନଶିପରେ ଭଓ୍ବନା ୧:୩୬.୧୭ ସେ.ରେ ରେସକୁ ଶେଷ କରିଥିଲେ। ବର୍ତ୍ତମାନ ଜୟପୁରଠାରେ କୋଚ୍‌ ଗୁର୍ମୁଖ ସିହାଗଙ୍କ ସହ ଟ୍ରେନିଂ କରୁଥିବା ଭାଓ୍ବାନା ଏପର୍ଯ୍ୟନ୍ତ କୌଣସି ଜୁନିୟର କିମ୍ବା ସିନିୟର ବର୍ଗର ଅନ୍ତର୍ଜାତୀୟ ଇଭେଣ୍ଟରେ ଭାଗ ନେଇନାହାନ୍ତି। ଏପରି କି ସେ କଦାପି ସାଇର ଜାତୀୟ କ୍ୟାମ୍ପରେ ସ୍ଥାନ ଭାଗ ନେଇ ନ ଥିଲେ। ସେ ସିନିୟର ବର୍ଗରେ ୨୦୧୬ରେ ଜାତୀୟ ଆନ୍ତଃ ରାଜ୍ୟ ଚାମ୍ପିୟନଶିପ୍‌ କ୍ୟାରିୟର ଆରମ୍ଭ କରିଥିଲେ। ସ୍ବପ୍ନ ସତ ହେଲା ଭଳି ଲାଗୁଛି। ମୁଁ ଟ୍ରେନିଂବେଳେ ୧:୨୭.୦୦ ସେ. ଟାଇମିଂ ହାସଲ କରୁଛି। ଯଦି ପରିସ୍ଥିତି ଭଲ ରୁହେ, ତେବେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିପାରିବି ମୋର ବିଶ୍ୱାସ ଥିଲା। ମୋ କୋଚ୍‌ଙ୍କ ସହ ଗତ କିଛି ମାସ ହେଲା କଠିନ ପରିଶ୍ରମର ଏହା ଫଳ ବୋଲି ଭାରତୀୟ ରେଲ୍‌ଓ୍ବେରେ ଟିଟିଇ ଭାବେ କାର୍ଯ୍ୟରତ ଭାଓ୍ବାନା କହିଛନ୍ତି। ପୂର୍ବରୁ କେ. ଟି. ଇର୍ଫାନ (ପୁରୁଷ ୨୦ କି. ମି. ଚାଲି ରେସ), ଅବିନାଶ ସାବଲେ (ପୁରୁଷ ୩ ହଜାର ମି. ଷ୍ଟିପଲ ଚେଜ), ମିକ୍ସଡ୍‌ ୪ ଗୁଣା ୪୦୦ ମି. ରିଲେ ଦଳ ଓ ନୀରଜ ଚୋପ୍ରା (ପୁରୁଷ ଜାଭେଲିନ) ଆଦି ଟ୍ରାକ-ଫିଲ୍ଡ ଆଥ୍‌ଲେଟ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri