Categories: ଜାତୀୟ

୨୦୭ ବର୍ଷ ପୁରାତନ ବରଗଛର ସୁରକ୍ଷା ପାଇଁ ପ୍ରତିବର୍ଷ ଜନ୍ମଦିନ ପାଳନ କରୁଛନ୍ତି ଗ୍ରାମବାସୀ

ଦିସ୍‌ପୁର୍‌,୧୭।୬: ଆସାମରେ ଥିବା ୨୦୭ ବର୍ଷ ପୁରାତନ ବରଗଛର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ଗ୍ରାମବାସୀ। ସେମାନେ ପ୍ରତିବର୍ଷ ବରଗଛର ଜନ୍ମଦିନ ଆଡମ୍ବରରେ ପାଳନ କରୁଛନ୍ତି। ସ୍ଥାନୀୟ ବାରପେଟା ଜିଲାର ଜଲିଖେତି ଗାଁରେ ଏହି ବରଗଛ ରହିଛି। ପ୍ରତିବର୍ଷ ପରିବେଶ ଦିବସ ଅବସରରେ ଜୁନ୍‌ ୫ରେ ବରଗଛର ଜନ୍ମଦିନ ପାଳିତ ହେଉଛି। ୨୦୧୨ରେ ବରଗଛକୁ ୨ ଶହ ବର୍ଷ ପୂରଣ ହୋଇଥିଲା। ସେବେଠାରୁ ଗ୍ରାମବାସୀ ଏଭଳି କରୁଛନ୍ତି। ୨ ଶହ ବର୍ଷ ପୂରଣ ଅବସରରେ ୬୨ କିଲୋଗ୍ରାମ୍‌ର ଏକ ବଡ଼ କେକ୍‌ କଟାଯାଇଥିଲା। ଗଛର ସୁରକ୍ଷା ପାଇଁ ଏକ କମିଟି ଗଠନ କରାଯାଇଛି। କମିଟି ସଦସ୍ୟ ଭାବେ ସ୍ଥାନୀୟ ନେତା, ଶିକ୍ଷକ, ଯବାନ ଆଦିଙ୍କୁ ସାମିଲ୍‌ କରାଯାଇଛି।

Share