୨୦୪୩ ଦାଦନ ଶ୍ରମିକ ହୋମ୍‌ କ୍ୱାରାଣ୍ଟାଇନ୍‌ରେ

ବଲାଙ୍ଗୀର ଅଫିସ,୨୬ା୩: ବଲାଙ୍ଗୀର ଭଳି ଦାଦନ ପ୍ରବଣ ଜିଲାର ବିଭିନ୍ନ ଗଁ।ରୁ ପ୍ରତିବର୍ଷ ହଜାର ହଜାର ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଜୀବିକା ଅନ୍ବେଷଣରେ ଯାଇଥାନ୍ତି। ଜିଲା ଶ୍ରମ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲାରୁ ଚଳିତବର୍ଷ ପ୍ରାୟ ୨୩ ହଜାର ଦାଦନ ଶ୍ରମିକ ରାଜ୍ୟ ବାହାରକୁ କାମ କରିବା ପାଇଁ ପଞ୍ଜୀକୃତ ହୋଇଥିଲେ। ପ୍ରାୟ ୩ଶହ ଦାଦନ ସର୍ଦ୍ଦାର ବା ଶ୍ରମ ଠିକାଦାରଙ୍କ ଜରିଆରେ ଏହି ୨୩ ହଜାର ଦାଦନ ଶ୍ରମିକ ବିଭିନ୍ନ ରାଜ୍ୟକୁ କାମ କରିବା ପାଇଁ ଯାଇଛନ୍ତି। କରୋନା ସଂକ୍ରମଣ ଭୟ ଓ ଆତଙ୍କ ପରେ ବିଭିନ୍ନ ରାଜ୍ୟରୁ ଦାଦନ ଶ୍ରମିକମାନେ ନିଜ ନିଜ ଗଁ।କୁ ଫେରି ଆସିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟ ବାହାରୁ ବଲାଙ୍ଗୀର ଜିଲାକୁ ୨୦୪୩ ଜଣ ଦାଦନ ଶ୍ରମିକ ଫେରିଛନ୍ତି। ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ଜିଲାର କୌଣସି ଜଣେ ବି ଦାଦନ ଶ୍ରମିକ ବା ବ୍ୟକ୍ତି ଏଯାଏଁ କରୋନା ସଂକ୍ରମିିତ ହୋଇଥିବା ଚିହ୍ନଟ ହୋଇନାହାନ୍ତି। ତଥାପି ପ୍ରତିଷେଧକ ବ୍ୟବସ୍ଥା ଅବଲମ୍ବନ କରାଯାଇ ସମସ୍ତ ୨୦୪୩ ଦାଦନ ଶ୍ରମିକଙ୍କୁ ହୋମ କ୍ୱାରାଣ୍ଟାଇନ୍‌ ବା ହୋମ ଆଇସୋଲେଶନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଦିଗରେ ଜିଲା ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ପଞ୍ଚାୟତ ସ୍ତରରେ ବିଭିନ୍ନ ଗଁ।ରେ ଆଶା, ଅଙ୍ଗନୱାଡି ଓ ଏଏନ୍‌ଏମ୍‌ଙ୍କ ଜରିଆରେ ଏହି ରାଜ୍ୟ ବାହାରୁ ଆସିଥିବା ଦାଦନ ଶ୍ରମିକଙ୍କୁ ପଞ୍ଜୀକରଣ କରାଯାଇଛି। କରୋନା ସଂକ୍ରମଣକୁ ନେଇ ଜିଲାରେ ବ୍ୟାପକ ସଚେତନତା ଅବଲମ୍ବନ କରାଯାଉଥିବା ଓ ଏଥିରେ ସମସ୍ତ ବ୍ୟକ୍ତି ସହଯୋଗ କରିବାକୁ ଜିଲା ପ୍ରଶାସନ ତରଫରୁ ନିବେଦନ କରାଯାଇଛି। କାଶ, ସର୍ଦ୍ଦ, ଜ୍ୱର ଲକ୍ଷଣ ଥିବା ବ୍ୟକ୍ତିମାନେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର, ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ତଥାପି ରାଜ୍ୟ ବାହାରୁ ଫେରିଥିବା ଦାଦନ ଶ୍ରମିକଙ୍କୁ ନେଇ ଗ୍ରାମାଞ୍ଚଳସ୍ତରରେ ଭୟ ଓ ଆତଙ୍କ ରହିଛି। କୌଣସି ବ୍ୟକ୍ତିଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉ ନ ଥିଲେ ମଧ୍ୟ କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱସ୍ତରୀୟ ତଥ୍ୟ ଶୁଣିଦେଇ ଅନେକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବିଭିନ୍ନ ଗଁ।ରେ ଦାଦନ ଶ୍ରମିକଙ୍କ ପ୍ରବେଶକୁ ନେଇ ଯେଉଁ ଅସୁବିଧା ଲାଗି ରହିଥିଲା ତାକୁ ଦୂର କରିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri