୨୦୩୫ ପର୍ଯ୍ୟନ୍ତ ଦେଶରେ ଖାଦ୍ୟାଭାବ ଭୟ ନାହିଁ

କଟକ ଅଫିସ, ୨୯।୫: ସମ୍ପ୍ରତି ଚାଇନା ବିଶ୍ୱରେ ସର୍ବାଧିକ ଧାନ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଚାଇନାରେ ହେକ୍ଟର ପିଛା ହାରାହାରି ୬୦ କୁଇଣ୍ଟାଲ ଧାନ ଉତ୍ପାଦନ ହେଉଥିବା ବେଳେ ଭାରତରେ ହେକ୍ଟର ପିଛା ହାରାହାରି ୪୨ କୁଇଣ୍ଟାଲ ଧାନ ଉତ୍ପାଦନ ହେଉଛି। ତେବେ ପ୍ରତିବର୍ଷ ଦେଶରେ ୨ ମିଲିୟନ ଟନ୍‌ ଧାନ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ କୃଷି ବୈଜ୍ଞାନିକମାନେ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଆସନ୍ତା ୩୦ ତାରିଖରୁ ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ କଟକର ଜାତୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ଏକ ଜାତୀୟ ସ୍ତରୀୟ କୃଷି କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି। ଏହି କର୍ମଶାଳାରେ ଦେଶର ବିଭିନ୍ନ ଅଞ୍ଚଳରୁ ପାଖାପାଖି ୩୦୦ କୃଷି ବୈଜ୍ଞାନିକଙ୍କ ସମେତ ୨୦୦ ଶିଳ୍ପପତି ଓ ଫିଲିପାଇନ୍ସର ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ ଯୋଗଦେବେ ବୋଲି ଜଣାପଡ଼ିଛି।
ଏହି କର୍ମଶାଳାରେ ମୁଖ୍ୟତଃ ବିଭିନ୍ନ ରାଜ୍ୟ ପାଇଁ କେଉଁସବୁ କିସମ ଧାନ ଉଦ୍ଭାବନ କରାଯାଇଛି ଓ ଆଗାମୀ ଦିନରେ କେଉଁସବୁ କିସମ ଉଦ୍ଭାବନ ପାଇଁ ଗବେଷଣା ଚାଲିଛି ତାହା ଉପରେ ଆଲୋଚନା କରାଯିବ। ସ୍ବାଧୀନତା ପରଠାରୁ ଏନ୍‌ଆର୍‌ଆର୍‌ଆଇରେ ପ୍ରଥମ ଥର ପାଇଁ ଏହି କର୍ମଶାଳାର ଆୟୋଜନ କରାଯାଇଛି। ହାଇଦ୍ରାବାଦର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ରାଇସ୍‌ ରିସର୍ଚ୍ଚ, ଏନ୍‌ଆର୍‌ଆର୍‌ଆଇ ଓ ଆସୋସିଏଶନ ଅଫ ରାଇସ୍‌ ରିସର୍ଚ୍ଚର ମିଳିତ ଉଦ୍ୟମରେ ଏହି କର୍ମଶାଳାର ଆୟୋଜନ କରାଯାଇଛି। ଦେଶର କୃଷି ମହାନିର୍ଦ୍ଦେଶକ ଡକ୍ଟର ତ୍ରିଲୋଚନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଦେଶର ୭୦ଟି କୃଷି ବିଦ୍ୟାଳୟର କୁଳପତିମାନେ ମଧ୍ୟ ଯୋଗଦେବେ। କର୍ମଶାଳାର ସହସଂଯୋଜକ ତଥା ଏନ୍‌ଆର୍‌ଆର୍‌ଆଇର ପ୍ରଧାନ ବୈଜ୍ଞାନିକ ଡ.ଶରତ ପ୍ରଧାନଙ୍କ କହିବା ଅନୁଯାୟୀ, ଦେଶରେ ୨୦୩୫ ମସିହା ପର୍ଯ୍ୟନ୍ତ ଖାଦ୍ୟାଭାବାର ଭୟ ଆଦୌ ନାହିଁ। ଏହାକୁ ୨୦୫୦ ପର୍ଯ୍ୟନ୍ତ ବଳବତ୍ତର ରଖିବା ପାଇଁ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଦେଶ ସ୍ବାଧୀନତା ସମୟରେ ଦେଶର ଜନସଂଖ୍ୟା ପାଖାପାଖି ୩୦ କୋଟି ଥିବାବେଳେ ଦେଶରେ ହାରାହାରି ୨୫ ମିଲିୟନ ଟନ୍‌ ଧାନ ଉତ୍ପାଦନ ହେଉଥିଲା। ଫଳରେ ଦେଶରେ ଭୟଙ୍କର ଭାବେ ନିଅଣ୍ଟିଆ ପରିସ୍ଥିତି ଉପୁଜିଥିଲା। ମାତ୍ର ଏବେ ଦେଶରେ ୧୩୦ କୋଟି ଲୋକ ଥିବାବେଳେ ଦେଶରେ ୧୧୩ ମିଲିୟନ ଟନ୍‌ ଧାନ ଉତ୍ପାଦନ କରୁଛି। କେବଳ ଦେଶ ଧାନ ଉତ୍ପାଦନ କରି ନିଜ ପାଇଁ ସ୍ବାବଲମ୍ବୀ ହେବା ସହିତ ବର୍ଷକୁ ୧୦ ମିଲିୟନ ଟନ୍‌ ଧାନ ରପ୍ତାନ୍ତି କରୁଛି। ବାସୁମତି ଭଳି କିସମର ଧାନ ଇରାନ, ସାଉଦିଆରବ ଓ କୁଏଟ ଆଦି ରାଷ୍ଟ୍ରକୁ ରପ୍ତାନ୍ତି ହେଉଥିବା ବେଳେ ଆଫ୍ରିକୀୟ ଦେଶଗୁଡ଼ିକୁ ଅଣ ବାସୁମତି ଧାନ ରପ୍ତାନି କରାଯାଉଛି। ଏପରିକି ଚାଇନାକୁ ମଧ୍ୟ ଗତ ବର୍ଷ ସମୁଦାୟ ରପ୍ତାନିର ୫ ପ୍ରତିଶତ ଅଣବାସୁମତି ଧାନ ରପ୍ତାନି କରାଯାଇଥିବା ଜଣାପଡ଼ିଛି। ୨୦୫୦କୁ ଆଖି ଆଗରେ ରଖି କୃଷି ବୈଜ୍ଞାନିକମାନେ ଗବେଷଣା ଚଳାଇଥିବା ଡାକ୍ତର ପ୍ରଧାନ କହିଛନ୍ତି। ଉଦାହରଣ ଦେଇ ସେ କୁହନ୍ତି, ଅଦ୍ୟାବଧି ଏନ୍‌ଆର୍‌ଆର୍‌ଆଇ ୩୯ଟି କିସମର ଧାନ ଉତ୍ପାଦନ କରିଛି। ସେଥିମଧ୍ୟରୁ ମଉଡମଣି, ପ୍ରଧାନ ଧାନ, ସିଆର୍‌ ଧାନ ୫୦୦, ସିଆର୍‌ ଧାନ ୧୦୧, ସିଆର୍‌ ଧାନ ୨୦୫ ଇତ୍ୟାଦି କିସମ ଉଦ୍ଭାବନ ହୋଇ ଚାଷୀଙ୍କ ମଧ୍ୟରେ ବେଶ୍‌ ଆଦ୍ରୁତଲାଭ କରିଛି। ମଉଡମଣି ଏବେ ଏକର ପିଛା ୪୦ କୁଇଣ୍ଟାଲ ଅମଳ କ୍ଷମତା ବହନ କରି କୃଷି କ୍ଷେତ୍ରରେ ଏକ ବିପ୍ଳବ ଆଣିଛି। ସେହିପରି ସିଆର୍‌ ୮୦୧ ଓ ସିଆର୍‌ ୮୦୨ ଧାନ ପରିବେଶ ସହିତ ଖାପ ଖୁଆଇ ବଞ୍ଚତ୍ବାର କ୍ଷମତା ରଖିଥିବା ଡ. ପ୍ରଧାନ କହିଛନ୍ତି। ଏହି ଦୁଇଟି କିସମର ଧାନ ବର୍ଷା, ମରୁଡ଼ିକୁ ସହ୍ୟ କରିବାର କ୍ଷମତା ରଖିଛି। ଏହିଭଳି ଭାବେ ଆଗାମୀ ଦିନରେ ଅନେକ ନୂତନ କିସମର ଧାନ ଉଦ୍ଭାବନ ପାଇଁ ଏନ୍‌ଆର୍‌ଆର୍‌ଆଇ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଆଧାର କରି ଡ. ପ୍ରଧାନ କହିଛନ୍ତି ଯେ, ସମ୍ପ୍ରତି ଦେଶରେ ଯୁବକମାନେ କର୍ମସଂସ୍ଥାନ ନ ପାଇ ବେରୋଜଗାର ହୋଇ ବୁଲୁଛନ୍ତି। ତେଣୁ ଅଧିକ ଅମଳକ୍ଷମ ଧାନ ଦ୍ୱାରା ଯେଭଳି ଅଧିକ ଲାଭ ହୋଇପାରିବ ସେଥିପାଇଁ ଗୁରୁତ୍ୱ ଦିଆଯାଉଛି। ଯୁବକମାନେ ଯେଭଳି କୃଷି ଉଦ୍ୟୋଗୀ ହୋଇପାରିବେ ତାହାକୁ ଆଖିଆଗରେ ରଖି ବୈଜ୍ଞାନିକମାନେ ଗବେଷଣା ଚଳାଇଥିବା ଡ. ପ୍ରଧାନ ସୂଚନା ଦେଇଛନ୍ତି। ଅଧିକ ସୂଚନା ଦେଇ ଡ. ପ୍ରଧାନ କହିଛନ୍ତି ଯେ, ଏନ୍‌ଆର୍‌ଆର୍‌ଆଇ ଦ୍ୱାରା ଉଦ୍ଭାବନ କରାଯାଇଥିବା ଧାନ ଚାଷ କରି ଦେଶ ବର୍ଷକୁ ୪୮,୬୦୦ କୋଟି ଟଙ୍କା ପାଉଥିବା ସେ କହିଛନ୍ତି। ତେଣୁ ଉକ୍ତ କର୍ମଶାଳା ଏନ୍‌ଆର୍‌ଆର୍‌ଆଇ ବୈଜ୍ଞାନିକମାନଙ୍କ ସହିତ କୃଷି ଉଦ୍ୟୋଗୀମାନଙ୍କ ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ଡ. ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri