Posted inଜାତୀୟ

୨୦୨୯ ପର୍ଯ୍ୟନ୍ତ ଚାଲିପାରିବ ନାହିଁ ମୋଦି ସରକାର: ବଡ଼ ଭବିଷ୍ୟବାଣୀ କଲେ ବରିଷ୍ଠ ନେତା

ନୂଆଦିଲ୍ଲୀ,୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସରକାର ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)କୁ ନେଇ କଂଗ୍ରେସର ବରିଷ୍ଠ ନେତା ପୱନ ଖେରା ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧୀ ଦଳରେ ବସିଥିବା ଦେଖିଲେ ହିଁ ତାଙ୍କର ତପସ୍ୟା ସମ୍ପୂର୍ଣ୍ଣ ହେବ ଏବଂ ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ଦଳର ନେତାମାନେ ସମ୍ମୁଖୀନ ହୋଇଥିବା ଆହ୍ବାନର ମଧ୍ୟ ମୋଦି ସମ୍ମୁଖୀନ ହେବା ଉଚିତ୍‌। ଏପରିକି ପବନ ଖେରା ଏପରି ମଧ୍ୟ କହିଛନ୍ତି, ମୋଦି ସରକାର ୨୦୨୯ ପର୍ଯ୍ୟନ୍ତ ଚାଲିବପାରିବ ନାହିଁ ଏବଂ ଏହା ପୂର୍ବରୁ ସରକାର ପତନ ହୋଇଯିବ ଏବଂ କଂଗ୍ରେସ ମଧ୍ୟବର୍ତ୍ତୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି।

ଏକ ସାକ୍ଷାତକାରରେ ପୱନ ଖେରା ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ସରକାର, ଅମିତ ଶାହା ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ସାହସିକ ବୟାନ ଦେଇଛନ୍ତି। ପୱନ ଖେରା କହିଛନ୍ତି, ମୋତେ ଆଉ ରାଜ୍ୟ ସଭା ପାଇଁ କାମ କରିବାର ଆବଶ୍ୟକତା ନାହିଁ। ଏବେ ମୋର ଏକ ସ୍ବପ୍ନ ଅଛି। ନରେନ୍ଦ୍ର ମୋଦି ବିରୋଧୀ ଦଳରେ ବସିବା ଦରକାର। ତାଙ୍କୁ ପରାସ୍ତ ନ କରି ମୋର ତପସ୍ୟା ସମ୍ପୂର୍ଣ୍ଣ ହେବ ବୋଲି ମୁଁ ଭାବୁନାହିଁ। ଯଦି ସେ ଅବସର ନେବେ ତେବେ କ’ଣ ଲାଭ? ସେ ବିରୋଧୀ ଦଳରେ ବସି ଗତ ୧୦ ବର୍ଷ ମଧ୍ୟରେ ଆମେ ଏବଂ ଆମ ନେତାମାନେ ସମ୍ମୁଖୀନ ହୋଇଥିବା ସବୁ କିଛି ଅନୁଭବ କରିବା ଉଚିତ୍‌।
ପୱନ ଖେରା ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ଜନତା ପାର୍ଟିର ନେତାମାନଙ୍କ ମଧ୍ୟରେ ଏକ ଗୋଷ୍ଠୀକନ୍ଦଳ ଅଛି, ଯେଉଁଥିରେ କଂଗ୍ରେସର କୌଣସି ହାତ ନାହିଁ। ୨୦୨୯ ପୂର୍ବରୁ ଦଳରେ ଫାଟ ସୃଷ୍ଟି ହେବ ଏବଂ ସରକାର ଭାଙ୍ଗିଯିବ। ଏଥିପାଇଁ ଆମକୁ ୨୦୨୯ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ମଧ୍ୟବର୍ତ୍ତୀ ନିର୍ବାଚନ ହେବ ଏବଂ ଆମେ ଏଥିପାଇଁ ପ୍ରସ୍ତୁତି କରୁଛୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri