Posted inଖେଳ

୨୦୨୮ ଅଲିମ୍ପିକ୍ସରେ ଟପ୍‌-୧୦ ଫିନିଶ୍‌ ଲକ୍ଷ୍ୟ’

ମୁମ୍ବାଇ, ୧୩।୬(ପି.ଟି.)-୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସର ପଦକ ତାଲିକାରେ ଟପ୍‌-୧୦ ଫିନିଶ୍‌ ଭାରତର ଲକ୍ଷ୍ୟ। ଆଗାମୀ ଦିନରେ ଭାରତ କେବଳ ଅଲିମ୍ପିକ୍ସରେ ଭାଗନେଉ ବୋଲି ଆମେ ଚାହୁଁନା, ସଫଳତା ହାର ମଧ୍ୟ ଉପରେ ରହିବା ଆବଶ୍ୟକ ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ପ୍ରକାଶ କରିଛନ୍ତି। ତେଣୁ ୨୦୨୮ ଅଲିମ୍ପିକ୍ସରେ ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ଭାରତ ସ୍ଥାନ ପାଇବା ଆମର ଟାର୍ଗେଟ। ଏହି ଯୋଜନା ଓ ରଣନୀତି ନେଇ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ ଏବଂ ଜାତୀୟ ସ୍ପୋଟର୍‌ସ ଫେଡେରେଶନଗୁଡ଼ିକ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ୨୦୨୦ ଅଲିମ୍ପିକ୍ସ କରୋନା ଭାଇରସ ସଂକ୍ରମଣ କାରଣରୁ ସ୍ଥଗିତ ରହିଛି। ଏହା ୨୦୨୧ରେ ହେବ। ୨୦୨୪ ଅଲିମ୍ପିକ୍ସ ପ୍ୟାରିସ ଏବଂ ୨୦୨୮ ଅଲିମ୍ପିକ୍ସ ଲସ୍‌ ଏଞ୍ଜେଲ୍ସରେ ଆୟୋଜିତ ହେବ।
ଭାରତ ୨୦୨୪ ଅଲିମ୍ପିକ୍ସରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିବ। ତେବେ ୨୦୨୮ ଅଲିମ୍ପିକ୍ସ ଉପରେ ମୁଖ୍ୟତଃ ଫୋକସ ରହିବ ବୋଲି ରିଜିଜୁ ପ୍ରକାଶ କରିଛନ୍ତି। ”ମୁଁ ନିଃସନ୍ଦେହରେ କହିପାରେ ଯେ, ଭାରତ ୨୦୨୪ ଅଲିମ୍ପିକ୍ସରେ ପୂର୍ବାପେକ୍ଷା ଉନ୍ନତ ପ୍ରଦର୍ଶନ କରିବ। ୨୦୨୮ ଅଲିମ୍ପିକ୍ସ ବେଳକୁ କିନ୍ତୁ ଆମେ ନିଜକୁ ଟପ୍‌-୧୦ରେ ଦେଖିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି। ଟାର୍ଗେଟରେ ପହଞ୍ଚତ୍ବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟ ହାତକୁ ନିଆ ଯାଇଛି। ଖେଲୋ ଇଣ୍ଡିଆ ଏବଂ ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ ପରି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଅଲିମ୍ପିକ୍ସରେ କିପରି ଭାରତ ଅଧିକ ସଫଳତା ପାଇବ ଏହା ସମସ୍ତଙ୍କର ଲକ୍ଷ୍ୟ। ତେଣୁ ଖେଲୋ ଇଣ୍ଡିଆ ଓ ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରି ଭାରତରେ ଏକ କ୍ରୀଡ଼ା ସଂସ୍କୃତିର ମୂଳଦୁଆ ପକାଇବା ସମ୍ଭବ ହୋଇଛି। ଏହା ବ୍ୟତୀତ ତ୍ରୁଣମୂଳ ସ୍ତରରୁ ମଧ୍ୟ ପ୍ରତିଭା ଚିହ୍ନଟ କରାଯାଇ ସେମାନଙ୍କୁ ଉପଯୁକ୍ତ ସହଯୋଗ ଯୋଗାଇ ଦିଆଯାଉଛି ବୋଲି ରିଜିଜୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri