Categories: ଜାତୀୟ

୨୦୨୨ ସୁଦ୍ଧା ଭାରତ ହେବ ଡିଜିଟାଲ ସମ୍ପନ୍ନ ଦେଶ: ଅଜିତ୍‌ ପାଇ

ଓ୍ବାଶିଂଟନ୍‌,୧୩।୬: ପ୍ରଧାନମନ୍ତ୍ରୀ ମୋଦି ସରକାର ଭାରତକୁ ପୂର୍ଣ୍ଣ ଡିଜିଟାଲ ସମ୍ପନ୍ନ ଦେଶ କରିବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ଆସନ୍ତା ୨୦୨୨ ସୁଦ୍ଧା ଏହି ଲକ୍ଷ୍ୟ ହାସଲ ହୋଇପାରିବାର ଆଶା ରହିଛି। ଏନେଇ ବରିଷ୍ଠ ଭାରତ-ଆମେରିକା ଅଧିକାରୀ ଅଜିତ୍‌ ପାଇ ସୂଚନା ଦେଇଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ଦେଶର ସମସ୍ତଙ୍କ ପାଖରେ ଇଣ୍ଟରନେଟ୍‌ ପହଞ୍ଚିଯିବାର ଲକ୍ଷ୍ୟ ରଖାଯାଇଛି। ବ୍ରୋଡ୍‌ବ୍ୟାଣ୍ଡ ନେଟ୍‌ଓ୍ବାର୍କ କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ସମୟରେ ଅଜିତ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି। ଅଗାମୀ ଦିନରେ ଦେଶର ଗ୍ରାମୀଣ ଅଞ୍ଚଳରେ ୨ ନିୟୁତ ଓ୍ବାଇ-ଫାଇ ହଟ୍‌ସ୍ପଟ୍‌ ଉପଲବ୍ଧ କରାଯିବାର ଯୋଜନା ରହିଛି। ଏହା ଦେଶର ଡିଜିଟାଲକରଣ କାର୍ଯ୍ୟକୁ ସଫଳ କରିପାରିବ ବୋଲି ଅଜିତ୍‌ ସୂଚନା ଦେଇଛନ୍ତି।

Share