Categories: ଜାତୀୟ

୨୦୨୧ରେ ପଶ୍ଚିମବଙ୍ଗରେ ଭାଜପା ଗଢ଼ିବ ସରକାର: ଶାହା

କୋଲକାତା, ୧।୩: ଆସନ୍ତା ୨୦୨୧ରେ ହେବାକୁଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ଦୁଇ ତୃତୀୟାଶଂ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବ। କୋଲକାତାଠାରେ ଆୟୋଜିତ ଏକ ରାଲିରେ ଯୋଗଦେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏଭଳି କହିଛନ୍ତି। ଭାଜପା ପଶ୍ଚିମବଙ୍ଗରେ ଆଉ ଅନ୍ୟାୟ ହେବାକୁ ଦେବ ନାହିଁ ବୋଲି ଶାହା ସମବେତ ଜନତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କ ସମୟରେ ରାଜ୍ୟର ଗରିବ ଜନତାଙ୍କ ଉପରେ ହେଉଥିବା ଅନ୍ୟାୟକୁ ଆଉ ଭାଜପା ସହ୍ୟ କରିବ ନାହିଁ। ରାଜ୍ୟରେ ଅନୁପ୍ରବେଶକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶାହା କହିଛନ୍ତି।

Share