୨୦୨୦ କିଗ୍ରାର କେକ୍‌ ପ୍ରସ୍ତୁତ କରି କାଲାମ୍‌ଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଚେନ୍ନାଇ, ୨୪।୨: ତାମିଲନାଡୁରେ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବ୍ଦୁଲ କାଲାମ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୨୦୨୦ କିଗ୍ରାର ଏକ ବୃହତ କେକ୍‌ ପ୍ରସ୍ତୁତ କରାଯାଇଛି। ସ୍ଥାନୀୟ କଟ୍ଟୁପକ୍କମଠାରେ ୩୦ ଜଣ ବେକେରି ବିଶେଷଜ୍ଞ ମିଳିତ ଭାବେ ୨୫ ଫୁଟ ଲମ୍ବ ଏବଂ ୩୧ ଫୁଟ ଚୌଡ଼ାର କେକ୍‌ ପ୍ରସ୍ତୁତ କରି ଏହାକୁ ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସାମିଲ୍‌ କରିଛନ୍ତି। ଏଥିରେ କାଲାମ୍‌ଙ୍କ ଫଟୋ ମଧ୍ୟ ଲଗାଯାଇଥିଲା। ଏଥିରେ ୫୦୦ କିଗ୍ରା ମଇଦା, ୬୫୦ କିଗ୍ରା ଚିନି, ୧୬,୦୦୦ ଅଣ୍ଡା ବ୍ୟବହାର କରାଯାଇଥିଲା। କାଲାମ୍‌ଙ୍କ ପୁତୁରା ଏ.ପି.ଜେ. ଶେଖ୍‌ ସଲିମ୍‌ ଏବଂ କେତେକ ବରିଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି କେକ୍‌ ପ୍ରସ୍ତୁତ କରାଯାଇଥିଲା। ୨୦୨୦ ସୁଦ୍ଧା କାଲାମ୍‌ ଭାରତକୁ ସୁପର ପାଓ୍ବାର ଭାବେ ପ୍ରତିଷ୍ଠା କରିବାର ସ୍ବପ୍ନ ଦେଖିଥିଲେ। ତେଣୁ ଏଭଳି କେକ୍‌ ତିଆରି କରାଯାଇଥିବା ବେକେରି ଦଳ ପକ୍ଷରୁ ଲରେନ୍ସ୍‌ ସୂଚନା ଦେଇଛନ୍ତି।

Share