୨୦୨୦ କମିଶନରେଟ୍‌ ପୋଲିସ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହେବ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୧୯, ଆଉ ଆସିବ ୨୦୨୦। ତେବେ ୨୦୧୯ରେ କମିଶନରେଟ ପୋଲିସକୁ ଅନେକ ମାମଲାରେ ସଫଳତା ମିଳିଥିବାବେଳେ କେତେକ କ୍ଷେତ୍ରରେ ବିଫଳତାର ସ୍ବାଦ ଚାଖିବାକୁ ପଡିଛି। ଏହି ସଫଳତା ଓ ବିଫଳତାକୁ ନେଇ ଆସନ୍ତାବର୍ଷ ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ନୂଆ ଆଭିମୁଖ୍ୟ ନେଇ ସୂଚନା ଦେବା ସହ ଆଗାମୀ ବର୍ଷ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି।
ପୋଲିସ କମିଶନର କହିଛନ୍ତି, ୨୦୨୦ରେ ୫-ଟିକୁ ଅଧିକ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯିବ। ପ୍ରଥମଟି ହେଲା ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନାକୁ ସଫଳ କରିବା। ଲୋକେ ଥାନାକୁ ଗଲେ ପୋଲିସଠାରୁ ଯେପରି ଉତ୍ତମ ବ୍ୟବହାର ପାଇବେ ସେନେଇ ଗୁରୁତ୍ୱ ଦିଆଯିବ। ଦ୍ୱିତୀୟରେ ରାଜଧାନୀରେ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ଆଉ ଏକ ଚ୍ୟାଲେଞ୍ଜ ରହିବ। ଏବେ ବି ରାଜଧାନୀର ଆଉ କିଛି ଛକରେ ଟ୍ରାଫିକ ସମସ୍ୟା ରହିଛି। ଜୟଦେବ ବିହାରରୁ ନନ୍ଦନ କାନନ,ଏଜି ଛକରୁ ରାଜମହଲ, ରବି ଟକିଜ, ଖଣ୍ଡଗିରି ଓ ପଳାଶୁଣି ଆଦି ସ୍ଥାନରେ ଟ୍ରାଫିକ ପରିଚାଳନା ପାଇଁ ନୂଆ ବ୍ୟବସ୍ଥା ଗ୍ରହଣ କରାଯିବ। ତୃତୀୟରେ ରାଜଧାନୀରେ ଡ୍ରଗ୍ସ କାରବାର ରୋକିବା ପାଇଁ ଏକ ସ୍କ୍ବାଡ୍‌ ଗଠନ କରାଯାଇଛି। ଏହି ସ୍କ୍ବାଡ୍‌ ଚଢାଉ କରି ନିଶା ମାଫିଆମାନଙ୍କୁ ଗିରଫ କରୁଛି। ଚଳିତବର୍ଷ ଅଧିକାଂଶ ସ୍ଥାନରେ ନିଶା ବେପାର କମିଛି। ଆଗକୁ ନିଶା ମାଫିଆଙ୍କୁ ପୂରା ଟାର୍ଗେଟ କରାଯିବ। ଚତୁର୍ଥରେ ଛିନ୍‌ତାଇ ଓ ସଂଗଠିତ ଅପରାଧ ରୋକିବା। ଏବେ ରାଜଧାନୀରେ ପ୍ରତିଦିନ ବିଭିନ୍ନ ଛକରେ ଚିନ୍‌ତାଇ ହେଉଛି। ତେଣୁ ଏହାକୁ ରୋକିବା ପାଇଁ ହାଇଦ୍ରାବାଦ ପରି ସମଗ୍ର ସହରକୁ ସିସିଟିଭି ନଜରରେ ରଖାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏ ନେଇ ସ୍ମାର୍ଟସିଟି ଲିମିଟେଡ୍‌ ସହ ମିଶି କାର୍ଯ୍ୟ କରାଯିବ। ଏହାସହ ସଂଗଠିତ ଅପରାଧ ରୋକିବାକୁ ପଦେକ୍ଷପ ନିଆଯିବ। ବିଶେଷକରି ଅପରାଧରେ ପରିଚିତ ଓ ସମ୍ପର୍କୀୟଙ୍କର ସମ୍ପୃକ୍ତି ରହୁଥିବାରୁ ଯଦି କୌଣସି ଅଫିସର କାର୍ଯ୍ୟାନୁଷ୍ଠାନ ନେବାରେ ଅବହେଳା କରନ୍ତି ସେମାନଙ୍କୁ ଅନ୍ୟତ୍ର ବିଦା କରାଯିବ। ପଞ୍ଚମରେ ଜରୁରୀ ସେବାରେ ଉନ୍ନତି ଆଣିବା। ମହିଳା, ବୟସ୍କ ବ୍ୟକ୍ତି ସମସ୍ୟାରେ ପଡିଲେ ୧୦୦କୁ ଫୋନ୍‌ କରୁଛନ୍ତି। ତେଣୁ ଫୋନ୍‌ ପାଇବା ମାତ୍ରେ କିଭଳି ଶୀଘ୍ର ସେମାନଙ୍କ ନିକଟରେ ପୋଲିସ ପହଞ୍ଚତ୍ବ ସେଥିପାଇଁ ପିସିଆର ଭ୍ୟାନ୍‌ ସଂଖ୍ୟା ବଢାଯିବ। ଏହାସହ କଣ୍ଟ୍ରୋଲ ରୁମ୍‌ର କ୍ରିୟାଶୀଳତାକୁ ବଢ଼ାଇବା ସହ ଅଧିକ ସୁଧାର ଅଣାଯିବ। ଏହାସହ ଥାନାରେ ଥିବା ସହାୟକେନ୍ଦ୍ରକୁ ସ୍ବଚ୍ଛ ରଖିବା, ଥାନା ଆଗରେ ଥିବା ଅଳିଆ ହଟାଇବାର ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri