Categories: ବାଣିଜ୍ୟ

୨୦୨୦ର ଶୀର୍ଷ ଫିଲାନଥ୍ରୋପିଷ୍ଟ ତାଲିକାରେ ନୀତା ଅମ୍ବାନୀ

ମୁମ୍ବାଇ,୨୧।୬: ନୀତା ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେଶନକୁ  ୨୦୨୦ର ଶୀର୍ଷ ଫିଲାନଥ୍ରୋପିଷ୍ଟ ତାଲିକାରେ ସାମିଲ କରାଯାଇଛି। ଆମେରିକାର ପ୍ରମୁଖ ମାଗାଜିନ ଟାଉନ ଆଣ୍ଡ କଣ୍ଟ୍ରି ଏହାର ଗ୍ରୀଷ୍ମ ସଂସ୍କରଣରେ ନୀତାଙ୍କୁ ସ୍ଥାନିତ କରିଥିବା ଜଣାପଡିଛି। କରୋନା ସମୟରେ ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ହୋଇଥିବା ବିଭିନ୍ନ କାର୍ଯ୍ୟକୁ ମାଗାଜିନ ପକ୍ଷରୁ ପ୍ରଶଂସା କରାଯାଇଛି। ଏହି ଫାଉଣ୍ଡେଶନ ପ୍ରବାସୀ ଶ୍ରମିକ ଏବଂ ଗରିବଙ୍କ ଖାଦ୍ୟ ଯୋଗାଣ, ଆର୍ଥତ୍କ ସହାୟତା ଏବଂ କୋଭିଡ-୧୯ ହସ୍ପିଟାଲ ସ୍ଥାପନ କରିବାରେ ନିଜର ଯୋଗଦାନ ରଖିଛି। ଏକମାତ୍ର ଭାରତୀୟ ଭାବେ ସେ ଏହି ତାଲିକାରେ ସ୍ଥାନିତ ହୋଇଛନ୍ତି। ତାଲିକାରେ ସ୍ଥାନିତ ହୋଇଥିବା ବିଶ୍ୱର ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଆପଲର ଟିମ୍‌ କୁକ, ଅପରାହ ଓ୍ବିନଫ୍ରେ, ଲରେନ ପୋଓ୍ବେଲ ଜବ୍ସ, ଲଡର ପରିବାର, ଡୋନାଟେଲା ଭରସାସେ, ମାଇକେଲ ବ୍ଲୁମବର୍ଗ ଏବଂ ଲିଓନାଡୋ ଡା କାପ୍ରିଓ ରହିଛନ୍ତି।

Share