Posted inଖେଳ

୨୦୨୦ରେ ଏଫ୍‌ଆଇଏଚ୍‌ ନୂଆ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ ଆରମ୍ଭ କରିବ

ଲଉସେନ,୧୪।୧୨(ପି.ଟି.)- ୨୦୨୦ ବର୍ଷ ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଶୁକ୍ରବାର ନୂଆ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ପ୍ରଣାଳୀ ଆରମ୍ଭ କରିବ। ତେବେ ଏହି ର଼୍ୟାଙ୍କିଙ୍ଗ୍‌ ମ୍ୟାଚ୍‌ ଉପରେ ପର୍ଯ୍ୟବସିତ ହେବ। ପୂର୍ବରୁ ଟୁର୍ନାମେଣ୍ଟକୁ ଦୃଷ୍ଟିରେ ରଖି ର଼୍ୟାଙ୍କିଙ୍ଗ୍‌ ପ୍ରକାଶିତ ହେଉଥିଲା। ଏହା ଦ୍ୱାରା ଦଳଗୁଡିକର ସଦ୍ୟ ପ୍ରଦର୍ଶନକୁ ଭିତ୍ତିକରି ର଼୍ୟାଙ୍କିଙ୍ଗ୍‌ ସ୍ଥିରୀକୃତ ହେବ ବୋଲି ଏଫ୍‌ଆଇଏଚ୍‌ ତରଫରୁ କୁହାଯାଇଛି।
ଆସନ୍ତାବର୍ଷ ଜାନୁୟାରୀ ୨ ତାରିଖରୁ ଏହି ନୂଆ ପ୍ରଣାଳୀ ଲାଗୁ ହେବ। ଗତ ୧୨ ମାସର ନିରବଚ୍ଛିନ୍ନ କଷ୍ଟସାଧ୍ୟ ରିସର୍ଚ, ଆନାଲିସିସ୍‌ ଓ ଟେଷ୍ଟିଂ ପରେ ଯାଇ ଏହି ନୂଆ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ପ୍ରଣାଳୀ ଲାଗୁ ହେବାକୁ ଯାଉଛି ବୋଲି ଏଫ୍‌ଆଇଏଚ୍‌ ତରଫରୁ କୁହାଯାଇଛି। ଚଳିତ ର଼୍ୟାଙ୍କିଙ୍ଗ୍‌ ପ୍ରଣାଳୀ ୨୦୦୩ରୁ ଲାଗୁ ହୋଇ ଆସୁଥିଲା। ବିଭିନ୍ନ ଟୁର୍ନାମେଣ୍ଟ ପରେ ଯାଇ ର଼୍ୟାଙ୍କିଙ୍ଗ୍‌ ପ୍ରକାଶିତ ହେଉଥିଲା। ଫଳରେ ଗୋଟିଏ ବର୍ଷରେ ଦେଶ ତଥା ଦଳଗୁଡିକ ଦୁଇ କିମ୍ବା ୩ଥର ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ହାସଲ କରୁଥିଲେ। ର଼୍ୟାଙ୍କିଙ୍ଗ୍‌ ପ୍ରଣାଳୀରେ ପରିବର୍ତ୍ତନ ପାଇଁ ଏକାଧିକ ପ୍ରତିବନ୍ଧ ରଖାଯାଇଛି ବୋଲି ଏଫ୍‌ଆଇଏଚ୍‌ ତରଫରୁ କୁହାଯାଇଛି। ପୁରୁଣା ନିୟମରେ ଲୋ ର଼୍ୟାଙ୍କ୍‌ର ଦଳଗୁଡିକ ପଏଣ୍ଟ ହାସଲ କରିବାରେ ସୀମିତ ସୁଯୋଗ ରହୁଥିଲା। ପ୍ରକୃତରେ ୬୦ ପ୍ରତିଶତ ହକି ମ୍ୟାଚ୍‌ର କୌଣସି ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ନ ଥିଲା। ଏବେ କିନ୍ତୁ ଏଥିରେ ପରିବର୍ତ୍ତନ ଆସିବ ବୋଲି ଏଫଆଇଏଚ୍‌ କହିଛି। ନୂଆ ପ୍ରଣାଳୀରେ ଦୁଇ ଦଳ ମଧ୍ୟରେ ଏଫ୍‌ଆଇଏଚ୍‌ ସ୍ବୀକୃତିପ୍ରାପ୍ତ ଯେକୌଣସି ମ୍ୟାଚ୍‌ରେ ପଏଣ୍ଟ ଅଦଳବଦଳ ହେବାର ବ୍ୟବସ୍ଥା ରହିଛି। ପଏଣ୍ଟ ଅଦଳବଦଳରେ ୩ଟି ଜିନିଷ ଯଥା ମ୍ୟାଚର ଫଳାଫଳ, ଦଳଗୁଡିକର ତୁଳନାତ୍ମକ ର଼୍ୟାଙ୍କିଙ୍ଗ୍‌ ଓ ମ୍ୟାଚ୍‌ ଗୁରୁତ୍ୱକୁ ଦୃଷ୍ଟିରେ ରଖାଯିବ। ଗୋଟିଏ ବର୍ଷର ଲମ୍ବା ଟ୍ରାଏଲ ପରେ ଏହି ନୂଆ ର଼୍ୟାଙ୍କିଙ୍ଗ୍‌ ସିଷ୍ଟମ ଲାଗୁ ହେବାକୁ ଯାଉଛି। ତେବେ ଲାଗୁ ହେବାକୁ ଥିବା ନୂଆ ସିଷ୍ଟମରେ ଦଳଗୁଡିକ ଅଧିକାର କରିଥିବା ଏବେକାର ସ୍ଥାନରେ କୌଣସି ପରିବର୍ତ୍ତନ ହେବ ନାହିଁ। ଅର୍ଥାତ ୨୦୧୯ ଶେଷରେ ଦଳଗୁଡିକ ହାସଲ କରିଥିବା ର଼୍ୟାଙ୍କିଙ୍ଗ୍‌ ପଏଣ୍ଟରୁ ନୂଆ ପ୍ରଣାଳୀ ଆରମ୍ଭ ହେବ। ନୂଆ ର଼୍ୟାଙ୍କିଙ୍ଗ୍‌ ପ୍ରଣାଳୀରେ ଏଫ୍‌ଆଇଏଚ୍‌ର ସଭ୍ୟ ଦେଶଗୁଡିକୁ ନୂଆ ସୁଯୋଗ ଦେବାକୁ ଆମର ପ୍ରୟାସ ସବୁବେଳେ ଜାରି ରହିବ ବୋଲି ଏଫ୍‌ଆଇଏଚ୍‌ ସ୍ପୋଟର୍‌ସ ଆଣ୍ଡ ଡେଭଲପ୍‌ମେଣ୍ଟ ଡାଇରେକ୍ଟର ଜନ ଓ୍ବାଟ୍‌ କହିଛନ୍ତି। ନୂଆ ର଼୍ୟାଙ୍କିଙ୍ଗ୍‌ ପ୍ରଣାଳୀକୁ ନିରପେକ୍ଷ ଓ ସଠିକ କରିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ଏଥିପାଇଁ ଆଗକୁ ମଧ୍ୟ ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri