Categories: ବାଣିଜ୍ୟ

୨୦୧୯ରେ ନିବେଶକଙ୍କୁ ୧୧ ଲକ୍ଷ କୋଟି ଲାଭ

ନୂଆଦିଲ୍ଲୀ,୧-୧: ୨୦୧୯ରେ ପୁଞ୍ଜି ବଜାରର କାରବାର ବେଶ ଉନ୍ନତ ରହିବା ଯୋଗୁ ନିବେଶକଙ୍କୁ ୧୧ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି। ଏହି ସମୟରେ ସେନସେକ୍ସର ସୂଚକାଙ୍କ ୧୪% ବଢିଥିବା ରେକର୍ଡ କରାଯାଇଛି। ବିଶ୍ୱ ବଜାରର ମାନ୍ଦାବସ୍ଥା, ଚାଇନା ଆମେରିକା ବାଣିଜ୍ୟ ଯୁଦ୍ଧ ସତ୍ୱେ ଏହାର ପ୍ରଭାବ ପୁଞ୍ଜି ବଜାର ଉପରେ ଏତେଟା ପଡି ନ ଥିବା ରେଲିଗାରେ ବ୍ରୋକିଙ୍ଗର ଉପସଭାପତି ଅଜିତ ମିଶ୍ର କହିଛନ୍ତି। ଏହି ସମୟରେ ସେନସେକ୍ସ ୫,୧୮୫.୪୧ ପଏଣ୍ଟ ବା ୧୪.୩୭% ବଢିଥିବା ଷ୍ଟକ ବଜାର ଡିପୋଜିଟୋରୀ ଡାଟାରୁ ସାମ୍ନାକୁ ଆସିଛି।

Share