Categories: ଖେଳ

୨୦୧୧ରେ କ୍ରିକେଟ ପଡ଼ିଆରେ ଘଟିଥିଲା ଏମିତି ଘଟଣା : ଯାହା ଦେଖି ଡରି ଯାଇଥିଲେ ଦର୍ଶକ

କାର୍ଲିଫର୍ନିଆ: ଆସନ୍ତା ୩୦ ତାରିଖରେ ଆରମ୍ଭ ହେବ ବିଶ୍ୱକପ୍‌ ୨୦୧୯। ବିଶ୍ୱକପ୍‌କୁ ନେଇ ସମସ୍ତ କ୍ରିକେଟପ୍ରେମୀ ବେଶ୍‌ ଉତ୍ସାହିତ ଅଛନ୍ତି। ଖାସ୍‌ ଏଥିପାଇଁ କ୍ରିକେଟ ସହିତ ଯୋଡ଼ା ହୋଇଥିବା କିଛି ଘଟଣାକୁ ମନେ ପକାଇବା। ୨୦୧୧ ରେ କାର୍ଲିଫର୍ନିଆ ରୋଜ୍‌ ବାଉଲରେ ଅନୁଷ୍ଠିତ ହୋଇଥିବା ସାଉଥ୍‌ ଇଲେକ୍ଟ୍ରିକ୍‌ ପ୍ରିମିୟର କ୍ରିକେଟ ଲିଗ୍‌ରେ ଏମିତି ଏକ ଖବର ଯୋଡ଼ି ହୋଇ ରହିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଲିଗ୍‌ରେ ଡିଭିଜନ ୧ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିଲା। ସାଉଥ୍‌ ବିଲ୍‌ଟସ ଏବଂ ହମ୍ପ୍‌ଶାୟାର କ୍ରିକେଟ ଏକାଡେମୀ ମଧ୍ୟରେ ମ୍ୟାଚ ଚାଲିଥିଲା। ଏହି ସମୟରେ ପଡ଼ିଆରେ ଏମିତି ଏକ ଘଟଣା ଘଟିଲା ଯେଉଁଥିପାଇଁ ମ୍ୟାଚକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପଡ଼ିଥିଲା। ପଡ଼ିଆରେ ଏମିତି ଏକ ଜିନିଷ ଥିଲା ଯାହା ଦେଖିବା ପରେ ଖେଳାଳିଙ୍କ ନିରାପତ୍ତା ରକ୍ଷା ପାଇଁ ହେଲିକପ୍ଟରେ ପାଟ୍ରୋଲିଂ କରିବାକୁ ପଡ଼ିଥିଲା। ପ୍ରକାଶ ଯେ, ହମ୍ପଶାୟାର କ୍ରିକେଟ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ୨୫୬ ରନ୍‌ ସଂଗ୍ରହ କରିଥିଲା। ସାଉଥ୍‌ ବିଲ୍‌ଟସ ୨୫୭ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ସାଉଥ ବିଲଟସକୁ ୪୩ ବଲ୍‌ରେ ୨୭ ରନ୍‌ର ଆବଶ୍ୟକ ଥିଲା।

କିନ୍ତୁ ଏହି ସମୟରେ ଆଣ୍ଡିୟସ ପାଟି କରି କହିଲେ କି, ଏକ ଧଳା ବାଘ ପଡ଼ିଆ ଭିତରକୁ ପଶି ଆସିଛି। ଏହା ଶୁଣି ତୁରନ୍ତ ଖେଳାଳିମାନଙ୍କୁ ପଡ଼ିଆରୁ ବାହାର କରି ଦିଆଗଲା। ପୋଲିସ ଅଧିକାରୀମାନେ ଏନେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଗେଇ ଆସିଲେ। ଏପରିକି ଚିଡ଼ିଆଖାନାର ମଧ୍ୟ ସହାୟତା ନେଲେ। କ୍ୟାମେରା ଧରି ପଡ଼ିଆରେ ପହଞ୍ଚିଗଲେ। ହେଲିକପ୍ଟର ଯୋଗେ ଉପରୁ ବାଘ ଖୋଜିବାରେ ଲାଗିପଡ଼ିଲେ। କିନ୍ତୁ ଧଳା ବାଘ ନଜର ଆସିଲା ନାହିଁ। ସିସିଟିଭିରେ ବାଘ ଚେହେରା ଦେଖିବାକୁ ପାଇଲେ। ପୋଲିସ ବାଘକୁ ସ୍ପଷ୍ଟ କରି ନେଲା ମାତ୍ର ଏହା ଅସଲି ବାଘ ନ ଥିଲା। ଏକ ଖେଳନା ଥିଲା। ଏହି ଘଟଣା କ୍ରିକେଟ ଇତିହାସରେ ଏକ ଅଜବ ଘଟଣା। ଯାହାକୁ ଆଜିପର୍ଯ୍ୟନ୍ତ ଦର୍ଶକ ମନେ ରଖିଛନ୍ତି।

Share