Categories: ଜାତୀୟ

୨୦୦୮ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଆକ୍ରମଣ ମାମଲା: ୩ ପାକିସ୍ତାନୀ ସମେତ ୬ ଦୋଷୀ

ରାମପୁର(ଉତ୍ତରପ୍ରଦେଶ),୨ା୧୧(ଆଇଏଏନ୍‌ଏସ୍‌): ୧୨ ବର୍ଷ ତଳର ସିଆର୍‌ପିଏଫ୍‌ କ୍ୟାମ୍ପ ଆକ୍ରମଣ ଘଟଣାରେ ୮ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ରାମପୁରର ଅତିରିକ୍ତ ଜିଲା ଜଜ୍‌ କୋର୍ଟ ଦୋଷୀସାବ୍ୟସ୍ତ କରିଛନ୍ତି। ପ୍ରମାଣ ଅଭାବରୁ ଅନ୍ୟ ୨ ଜଣଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରାଯାଇଛି। ଦୋଷୀସାବ୍ୟସ୍ତ ୬ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନୀ ନାଗରିକ। ଶନିବାର ଦଣ୍ଡ ଶୁଣାଣି ହେବ ବୋଲି ଅଦାଲତ କହିଛନ୍ତି। ୨୦୦୮ ଜାନୁୟାରୀ ୧ ଭୋର ସମୟରେ ରାମପୁରସ୍ଥିତ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୭ ଯବାନ ଶହୀଦ ହେବା ସହ ଜଣେ ରିକ୍ସାଚାଳକ ନିହତ ହୋଇଥିଲେ। ଅଭିଯୁକ୍ତମାନେ ଏବେ ଲକ୍ଷ୍ନୌ ଓ ବରେଲି ଜେଲ୍‌ରେ ଅଛନ୍ତି।

Share