୨ୟ ରୁଚି ଅନୁଗୋଳ ଉତ୍କର୍ଷ ସମ୍ମାନ- ୨୦୧୯: ସମ୍ବର୍ଦ୍ଧିତ ହେଲେ ୮ ପ୍ରତିଭା

ଅନୁଗୋଳ ଅଫିସ, ୯।୧୨ – ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଡ୍ରିମ୍‌ ଫାଉଣ୍ଡେଶନ ଆନୁକୂଲ୍ୟରେ ଅନୁଗୋଳର ବିଜୁ ମଇଦାନ ଠାରେ ୨ୟ ରୁଚି ଅନୁଗୋଳ ଉତ୍କର୍ଷ ସମ୍ମାନ-୨୦୧୯ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଭା ପୂଜନ ସମାରୋହରେ ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲାର ୮ ଜଣ ଶ୍ରେଷ୍ଠ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଉଦ୍‌ଘାଟନୀ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ପୂର୍ବତନ ଏମ୍‌ପି ତଥା କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ଉତ୍ତରକେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ, ଅନୁଗୋଳ ଏସ୍‌ପି ଜଗମୋହନ ମୀନା, ନାଲ୍‌କୋର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଏମ୍‌.ପି. ମିଶ୍ର, ପୂର୍ବତନ ପ୍ରଶାସକ ହେମନ୍ତ କୁମାର ଦାଶ, ମହାନଦୀ କୋଲଫିଲ୍ଡସ ଜଗନ୍ନାଥ ଅଞ୍ଚଳର ମହାପ୍ରବନ୍ଧକ ଏ.ଏମ୍‌. କର, ଶିକ୍ଷାବିତ୍‌ ଡ. ମନୋଜ କୁମାର ଦାଶ, ବାସୁଦେବ ଭଟ୍ଟ ଓ ବ୍ୟବସାୟୀ ମହେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଦିତ୍ୟବାହିନୀ ଗୋବର୍ଦ୍ଧନ ମଠ ପୁରୀର ମହାସଚିବ ତଥା ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ପଣ୍ଡିତ ମାତୃପ୍ରସାଦ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଲମ୍ବୋଦର ସାହୁ, ବିଶ୍ୱଜିତ୍‌ ପଟ୍ଟନାୟକ, ଦିବାକର ମହନ୍ତ, ଗୁରୁପ୍ରସାଦ ମିଶ୍ର, ମିସ୍‌ ରମ୍ଭା ସାହୁଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ୍‌, ଏନ୍‌ଟିପିସିକୁ ଶ୍ରେଷ୍ଠ କର୍ପୋରେଟ ହାଉସ (କମ୍ପାନୀ ସାମାଜିକ ଦାୟିତ୍ୱବୋଧ) ସମ୍ମାନ, ରାବଣଛାୟା ନୃତ୍ୟକୁ ଶ୍ରେଷ୍ଠ କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଓଲିଉଡ଼ର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌, ଅଭିନେତ୍ରୀ ତମନ୍ନା, ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଆଶୁତୋଷ ଓ ନୃତ୍ୟାନୁଷ୍ଠାନ ଆର.ଡି. ଏକ୍ସରର କଳାକାରମାନେ ଉପସ୍ଥିତ ଦର୍ଶକମାନଙ୍କ ମନୋରଞ୍ଜନ କରିଥିଲେ। ଉଲ୍ଲାସ ଚନ୍ଦ୍ର ବେହୁରା ଓ ଶେଫାଳୀ ଉଦ୍‌ଗାତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସରୋଜ କୁମାର ପାଳ, ଶ୍ରୀକାନ୍ତ କୁମାର ଧର, ଆଦିତ୍ୟ ମହାପାତ୍ର, ରଶ୍ମିରଞ୍ଜନ ସାହୁ, ପଦ୍ମଚରଣ ପ୍ରଧାନ, ପୱନ ମାଣ୍ଡୋଠିଆ, ଉତ୍ତାନୁପାଦ ମହାପାତ୍ର, ସୌରୀ ରଞ୍ଜନ ପଣ୍ଡା, ତରୁଣ ବିଶ୍ୱକର୍ମା, ଜୟନ୍ତ କର, ସାଗର ସୌଭାଗ୍ୟ ପ୍ରଧାନ, ସିଦ୍ଧେଶ୍ୱର ପାଣି, ଆଗ୍ନେୟ ମହାପାତ୍ର, ଟିମୁ ବେହେରା ଓ ପ୍ରଦ୍ୟୁତ୍‌ ଘୋଷ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri