୨ଶହ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ଡାକ ବିଭାଗ

ଭବାନୀପାଟଣା,୮।୪(ସ୍ବ.ପ୍ର.)- କରୋନା ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଗତ ୨୪ ତାରିଖଠୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହାଦ୍ୱାରା ଅନେକ ଗରିବ ଅସହାୟ ଲୋକଙ୍କ ଜୀବନ ଶୈଳୀ ଉପରେ ପ୍ରଭାବ ପଡିଛି। ଏହା ଫଳରେ ସେମାନେ ଏବେ ଦୁର୍ବିସହ ଜୀବନ ବିତାଉଛନ୍ତି। ଏହି ପରିପ୍ରେକ୍ଷିରେ କଳାହାଣ୍ଡି ଜିଲା ଡାକ ମଣ୍ଡଳ ପକ୍ଷରୁ ମଙ୍ଗଳବାର ଭବାନୀପାଟଣା ବ୍ଲକର ବିଭିନ୍ନ ଗ୍ରାମରେ ଥିବା ୨ଶହ ଅସହାୟ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଓଡିଶା ଡାକପରିମଣ୍ଡଳର ମହା ଡାକପାଳଙ୍କ ନିର୍ଦ୍ଦେଶ କ୍ରମେ ଭବାନୀପାଟଣା ବ୍ଲକ ପାଲସ୍‌ିଝରଣ ପଞ୍ଚାୟତର ଭିକାଚରଣ, ଡୁଙ୍ଗିପୁଞ୍ଜି, ଘୁଷୁରୀଗଡ ଆଦି ଗ୍ରାମର ୨ଶହ ଅସହାୟ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଡାକ ବିଭାଗର କଲ୍ୟାଣ ପାଣ୍ଠି ପକ୍ଷରୁ ଏହା ବଣ୍ଟନ କରାଯାଇଥିଲା। ଜିଲା ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଲସିଝରଣ ସରପଞ୍ଚ ଶୃତିମୟୀ ବୁଦ୍ଦିଆ, ଭବାନୀପାଟଣା ସହ ଡାକ ଅଧୀକ୍ଷକ ମୋହନ ସୁନା, ଶାଖା ଡାକପାଳ ଯୁଧିଷ୍ଠିର ନାଏକ, ଡାକ କର୍ମଚାରୀ ସୌମ୍ୟ ରଞ୍ଜନ ନାଏକ, ସାମାଜିକ କର୍ମୀ ଦୀପକ ରଞ୍ଜନ ବୁଦ୍ଦିଆ ପ୍ରମୁଖଙ୍କ ସହ ଡାକ କର୍ମଚାରୀମାନେ ଉପସ୍ଥିତ ରହି ଏହି ଖାଦ୍ୟ ବଣ୍ଟନ କରିଥିଲେ।