୧.୩୫ ଲକ୍ଷ କୋଟି ଟପିପାରେ ରାଜ୍ୟ ବଜେଟ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଆସନ୍ତା ୨୮ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷ ଲାଗି ବଜେଟ ଉପସ୍ଥାପନ କରାଯିବ। ଏ ନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଆସନ୍ତା ବଜେଟ ୧ ଲକ୍ଷ ୩୫ ହଜାର କୋଟି ଟଙ୍କାକୁ ଟପିଯିବ ବୋଲି ଅନୁମାନ କରାଯାଇଛି। ବଜେଟକୁ କିପରି ଲୋକାଭିମୁଖୀ କରିହେବ, ସେନେଇ ଅର୍ଥ ବିଭାଗ ପକ୍ଷରୁ ବିଭିନ୍ନ ବର୍ଗର ଲୋକମାନଙ୍କ ନିକଟରୁ ଜୁନ୍‌ ୪ରୁ ୧୫ ତାରିଖ ମଧ୍ୟରେ ମତାମତ ଲୋଡ଼ା ଯାଇଥିଲା। ହ୍ବାଟସ୍‌ଆପ୍‌, ଇ-ମେଲ ଏବଂ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମତାମତ ଦେବାକୁ ଅନୁରୋଧ କରାଯାଇଥିଲା। ମତାମତଗୁଡିକୁ ତର୍ଜମା କରାଯାଉଛି। ବଜେଟ ଉପସ୍ଥାପନ ପୂର୍ବରୁ ସୋମବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ସଚିବ, ବିଶିଷ୍ଟ ଅର୍ଥନୀତିଜ୍ଞ, ଅର୍ଥନୈତିକ ଅନୁଷ୍ଠାନ, ରିଜର୍ଭ ବ୍ୟାଙ୍କ, ନାବାର୍ଡ, କୃଷି, ଶିଳ୍ପ, ବାଣିଜ୍ୟ ଏବଂ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ମତାମତ ଦେଇଛନ୍ତି। ବଜେଟର ରୂପରେଖ ପ୍ରସ୍ତୁତି କରିବାକୁ ବିଭିନ୍ନ ବର୍ଗର ଲୋକମାନଙ୍କଠାରୁ ମତାମତ ଲୋଡ଼ାଯାଇଥିଲା। ସେ ସବୁ ବିଭାଗୀୟ ଅଧିକାରୀମାନେ ସଂଗ୍ରହ କରିଛନ୍ତି। ବଜେଟ ପ୍ରସ୍ତୁତି ସମୟରେ ସମସ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏକ ଜନକଲ୍ୟାଣକାରୀ ବଜେଟ ପ୍ରସ୍ତୁତ କରାଯିବ ବୋଲି ଅର୍ଥମନ୍ତ୍ରୀ ପୂଜାରୀ କହିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି ଯେ, ରାଜସ୍ବ କାହିଁକି କମୁଛି। ଏହାକୁ କିପରି ବଢ଼ାଯାଇପାରିବ। ବଜେଟ ଖର୍ଚ୍ଚ କିଭଳି ବଢ଼ାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି। ପର୍ଯ୍ୟଟନ, ବିପର୍ଯ୍ୟୟ ପ୍ରଶମନ, କ୍ଷୁଦ୍ର ଜଳସେଚନଗୁଡିକୁ ଆସନ୍ତା ବଜେଟରେ ଅଗ୍ରାଧିକାର ଦେବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ପାଇଁ ଆଗାମୀ ବର୍ଷଗୁଡିକ ନିମନ୍ତେ ସ୍ବତନ୍ତ୍ର ପ୍ୟାକେଜ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ବୈଠକରେ ଅର୍ଥନୀତିଜ୍ଞମାନେ ପରାମର୍ଶ ଦେଇଛନ୍ତି। ଆସନ୍ତା ବଜେଟରେ ସ୍ବାସ୍ଥ୍ୟ ଓ ଶିକ୍ଷା ଆଦି ଭିତ୍ତିଭୂମି ପାଇଁ ଅଧିକ ଅର୍ଥ ବ୍ୟୟ କରିବା ଉପରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ମତ ଦେଇଛନ୍ତି। ଏହାଛଡ଼ା ଶ୍ରମିକମାନଙ୍କର ମଜୁରି ମଧ୍ୟ ବଢ଼ିବା ଦରକାର ବୋଲି ସେ କହିଛନ୍ତି।
ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ପୂର୍ବତନ ପ୍ରଶାସନିକ ଅଧିକାରୀ ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ, ରବି ନାରାୟଣ ସେନାପତି, କେ.ସି. ବଡୁ, ଶ୍ରମିକ ନେତା ସୌରୀବନ୍ଧୁ କର, ଅର୍ଥନୀତିଜ୍ଞ ନଟବର ଖୁଣ୍ଟିଆ, ପ୍ରଫେସର ଏସ୍‌.ଏସ୍‌. ରଥ, ୟୁନିସେଫ୍‌ର ସୌମେନ ରାୟ, ସିଓ୍ବାଇଏସ୍‌ଡିର ବସନ୍ତ ନାୟକ, ୟୁସିସିଆଇର କିଶୋର ମହାନ୍ତି, ରିଜର୍ଭ ବ୍ୟାଙ୍କର ଡିଜିଏମ୍‌ ଡି.ପାତ୍ର, ନାବାର୍ଡର ସିଜିଏମ୍‌ ଏ. ଚନ୍ଦ୍ରଶେଖର, ଅର୍ଥନୀତି ସାମ୍ବାଦିକ ଦିଲୀପ ବିଶୋୟୀ, କୃଷକ ସଂଗଠକ ସୀମାଚଳ ନାହାକ, କେଶବ ଚନ୍ଦ୍ର ପାତ୍ର, ବ୍ୟବସାୟୀ ମହାସଂଘର ସୁଧାକର ପଣ୍ଡା ଏବଂ ଶକ୍ତିଶଙ୍କର ପଣ୍ଡା ପ୍ରମୁଖ ଯୋଗଦେଇ ନିଜ ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri