Categories: ବାଣିଜ୍ୟ

୧୯ ଶାଖା ଖୋଲିଲା ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ

ଭୁବନେଶ୍ୱର,୨୨-୯: ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ(ୟୁଏସ୍‌ଏଫ୍‌ବି) ଓଡ଼ିଶାରେ ଏହାର ଉପସ୍ଥିତି ଜାହିର ଲାଗି ବିଭିନ୍ନ ଯୋଜନା ଗ୍ରହଣ କରୁଛିି। ଏହି କାର୍ଯ୍ୟକ୍ରମ ମୁତାବକ ବ୍ୟାଙ୍କ ପକ୍ଷରୁ ରାଜ୍ୟରେ ୧୯ ଶାଖା ଖୋଲାଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତ ସହ ଭୁବନେଶ୍ୱରରେ ବ୍ୟାଙ୍କର ନୂଆ ଶାଖା ନୟାପଲ୍ଲୀଠାରେ ଶୁଭାରମ୍ଭ ହୋଇଥିବା ଏହାର ଏମ୍‌ଡି ତଥା ସିଇଓ ଗୋବିନ୍ଦ ସିଂ ଶନିବାର ସୁଚନା ଦେଇଛନ୍ତି।
ସ୍ଥାନୀୟ ଏକ ହୋଟେଲରେ ଖବରଦାତା କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ରାଜ୍ୟରେ ସମ୍ପ୍ରସାରଣ ନେଇ କାମ କରୁଛୁ। ଆଗାମୀ ୬ ମାସ ମଧ୍ୟରେ ଆଉ ୩୦ ନୂଆ ଶାଖା ଖୋଲିବା ଲାଗି ଯୋଜନା ରଖାଯାଇଛି। ରାଜ୍ୟରେ ବ୍ୟାଙ୍କ ଅଧିକରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଣ ନେଇ ଲକ୍ଷ୍ୟ ରଖିଛି। ଏହି ପଦକ୍ଷେପ ଅନ୍ତର୍ଗତ ଆଗାମି ୬ ମାସରେ ୧୦ ହଜାର ଗ୍ରାହକଙ୍କୁ ବ୍ୟାଙ୍କ ସହ ଯୋଡିବା ନେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାବାଦ କାରବାରକୁ ୨୦୦ କୋଟି ଟଙ୍କାରେ ପହଞ୍ଚାଇବା ଲକ୍ଷ୍ୟ ରହିଥିବା ସିଂ ପ୍ରକାଶ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଞ୍ଚୟ ଖାତା ଉପରେ ୭% ସୁଧହାର ପ୍ରଦାନ କରାଯାଉଛି। ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଏହା ୯.୫%। ରିଟେଲ ଋଣ ଏବଂ ଜମାକୁ ବଢାଇବା ଦିଗରେ ପଦକ୍ଷେପ ନିଆଯାଉଛି। ସେହିଭଳି ଏମ୍‌ଏସ୍‌ଏମ୍‌ଇ ଏବଂ ମାଇକ୍ରୋଫାଇନାନ୍ସ କ୍ଷେତ୍ରକୁ ଫୋକସ୍‌ ଦିଆଯାଉଛି। ଗ୍ରାହକଙ୍କୁ ଋଣ ଯୋଗାଣ କ୍ଷେତ୍ରରେ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ସେ ପ୍ରକାଶ କରିଛନ୍ତି।

Share