Posted inଫୁରସତ

୧୯ ଲକ୍ଷ ଟଙ୍କାର ଡାକ ଟିକଟ ସଂଗ୍ରହ କରି ରଖିଛନ୍ତି ଏହି ଭାରତୀୟ

କାହାର କେତେ ପ୍ରକାରର ସଉକ ରହିଥାଏ। ହେଲେ ଏମିତି ଜଣେ ଭାରତୀୟ ଅଛନ୍ତି ଯେ ଏବେସୁଦ୍ଧା ପ୍ରାୟ ୧୯ ଲକ୍ଷ ଟଙ୍କାର ଡାକ ଟିକଟ ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦୁବାଇରେ ରହୁଥିବା ୬୫ ବର୍ଷୀୟ ପିସି ରାମଚନ୍ଦ୍ରନ ଏବେ ୨୭,୨୨୫ ଡଲାର ବା ପ୍ରାୟ ୧୯ ଲକ୍ଷ ଟଙ୍କାର ଡାକ ଟିକଟ ସଂଗ୍ରହ କରିଥିବା କହିଛନ୍ତି। ଡାକ ଟିକଟ ବ୍ୟତୀତ ବିଭିନ୍ନ ଦେଶର ମୁଦ୍ରା ଓ ଅନ୍ୟ ପୁରୁଣା ବସ୍ତୁ ସଂଗ୍ରହ କରି ରଖିବାରେ ତାଙ୍କ ରୁଚି ରହିଥିବା ସେ କୁହନ୍ତି। ଏବେ ରାମଚନ୍ଦ୍ରନ ୟୁନାଇଟେଡ ଆରବ ଏମିରେଟ୍ସର ବରିଷ୍ଠ ସଂଗ୍ରହକର୍ତ୍ତା ଭାବେ ପରିଚିତ। ଭାରତର ମୂଳ ବାସିନ୍ଦା ରାମଚନ୍ଦ୍ର ପିଲାଟି ଦିନୁ ସ୍କୁଲରେ ପଢିବା ସମୟରୁ ରଙ୍ଗ ବେରଙ୍ଗ ଡାକ ଟିକଟ ସଂଗ୍ରହ କରିବାରେ ରୁଚି ରଖୁଥିଲେ। ପିଲାଦିନେ ବିଦେଶରେ ରହୁଥିବା ସମ୍ପର୍କୀୟମାନେ ଯେତେବେଳେ ଚିଠି ଦେଉଥିଲେ ସେଥିରେ ଲାଗିଥିବା ଡାକ ଟିକଟକୁ ସେ ଚିରି ସାଇତି ରଖୁଥିଲେ। ଭାରତରେ ୧୯୪୭ ମସିହାରୁ ନେଇ ଆଜି ପର୍ଯ୍ୟନ୍ତ ଯେତେ ପ୍ରକାରର ଡାକ ଟିକଟ ପ୍ରଚଳନ କରାଯାଇଛି ପ୍ରାୟ ସମସ୍ତ ଡାକ ଟିକଟ ତାଙ୍କ ପାଖରେ ରହିଛି। ୧୯୭୩ରେ ଦୁବାଇ ଯିବା ପରେ ବି ତାଙ୍କ ସଉକ ବା ସଂଗ୍ରହ କରିବାର ନିଶାକୁ ସେ ଛାଡି ପାରି ନ ଥିଲେ। ସେହିପରି ୟୁଏଇର ସ୍ଥାପନା ଦିବସଠାରୁ ଚଳି ଆସୁଥିବା ଡାକ ଟିକଟର ଏକ ବିଶାଳ ସଂଗ୍ରହ ରହିଛି ରାମଚନ୍ଦ୍ରନଙ୍କ ପାଖେ। ଏହାସହ ୟୁଏଇ ସହ ସମ୍ପର୍କ ଥିବା ୧୯୩ ଦେଶର ମୁଦ୍ରାବି ସେ ସାଇତି ରଖିଛନ୍ତି। ଏଥିମଧ୍ୟରୁ ଏବେ ଅନେକ ମୁଦ୍ରା ଆଉ ଚଳୁ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri