Posted inଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଅମ୍ପାୟର ତାଲିକାରେ ଅନିଲ ଏକମାତ୍ର ଭାରତୀୟ

ଦୁବାଇ,୯।୧(ପି.ଟି.)- ଆସନ୍ତା ୧୭ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପାଇଁ ମ୍ୟାଚ୍‌ ଅଫିସିଆଲ ଓ ଅମ୍ପାୟର ତାଲିକା ପ୍ରକାଶିତ ହୋଇଛି। ଏଥିରେ ଏକମାତ୍ର ଭାରତୀୟ ଭାବେ ଅନିଲ ଚୌଧୁରୀ ସ୍ଥାନ ପାଇଛନ୍ତି। ୧୯ ଜଣିଆ ମ୍ୟାଚ୍‌ ଅଫିସିଆଲଙ୍କ ତାଲିକାରେ ୧୬ଜଣ ଅମ୍ପାୟର ସ୍ଥାନ ପାଇଛନ୍ତି।
୫୪ ବର୍ଷୀୟ ଅନିଲ ଏପର୍ଯ୍ୟନ୍ତ ୨୦ଟି ଦିନିକିଆ ଓ ୨୭ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ପରିଚାଳନା କରିଛନ୍ତି। ଚଳିତ ଭାରତ- ଶ୍ରୀଲଙ୍କା ସିରିଜରେ ମଧ୍ୟ ସେ ଦାୟିତ୍ୱରେ ରହିଛନ୍ତି। ସେ ଏକାଧିକ ୧୯ ବର୍ଷରୁ କମ ବିଶ୍ୱକପ୍‌ରେ ଦାୟିତ୍ୱ ସମ୍ପାଦନ କରିଛନ୍ତି। ଅବସର ଘୋଷଣା କରିଥିବା ଅଭିଜ୍ଞ ଅମ୍ପାୟର ଇଆନ ଗୋଲ୍ଡ ବ୍ଲୋଏମ୍‌ ଫାଉଣ୍ଟେନ୍‌ରେ ଖେଳାଯିବାକୁ ଥିବା ଭାରତ- ଶ୍ରୀଲଙ୍କା ଉଦ୍‌ଘାଟନୀ ମ୍ୟାଚ୍‌ ପରିଚାଳନା କରିବେ। ଭାରତ ଗତ ସଂସ୍କରଣରେ ଟାଇଟଲ ଜିତିଥିଲା। ୧୨ଟି ଦେଶରୁ ୧୬ଜଣ ଅମ୍ପାୟର ମ୍ୟାଚ୍‌ ପରିଚାଳନା କରିବେ। ପ୍ରତ୍ୟେକ ଅମ୍ପାୟର ବିଶ୍ୱକପର ପ୍ରଥମ ପର୍ଯ୍ୟାୟରେ ୫ଟି ଲେଖାଏ ମ୍ୟାଚ୍‌ ପରିଚାଳନା କରିବେ। ୮ଜଣ ଟିଭି ଅମ୍ପାୟର ଭାବେ ଦାୟିତ୍ୱ ନିର୍ବାହ କରିବେ।
ଟୁର୍ନାମେଣ୍ଟ ପାଇଁ ଆଇସିସି ୩ଜଣ ମ୍ୟାଚ୍‌ ରେଫରିଙ୍କ ନାମ ଘୋଷଣା କରିଛି। ସେମାନେ ହେଲେ ଶ୍ରୀଲଙ୍କାର ଗ୍ରେମ୍‌ ଲାମରୁୟ, ଦକ୍ଷିଣ ଆଫ୍ରିକାର ଶାଇଦ୍‌ ଓ୍ବାଡଭାଲ୍ଲା ଓ ଇଂଲଣ୍ଡର ଫିଲ୍‌ ହ୍ବାଇଟିକେସ୍‌। ଅଭିଜ୍ଞ ଅମ୍ପାୟର ଓ୍ବେନ ନାଇଟ୍ସ ଓ ରବୀନ୍ଦ୍ର ଓ୍ବିମାଲାସିରିଜ ଆଫଗାନିସ୍ତାନ ବିପକ୍ଷ ଆୟୋଜକ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ମ୍ୟାଚ୍‌ ପରିଚାଳନା କରିବେ। ଏହି ମ୍ୟାଚ୍‌ ଆସନ୍ତା ୧୭ ତାରିଖରେ କିମ୍ବରଲିରେ ଖେଳାଯିବ। ରସିଦ ରିଆଜ ଓ୍ବାକର ଟୁର୍ନାମେଣ୍ଟର ପ୍ରଥମ ୪୮ଟି ମ୍ୟାଚ୍‌ରେ ଟିଭ ଅମ୍ପାୟର ଦାୟିତ୍ୱରେ ରହିବେ। ନକ୍‌ ଆଉଟ ପର୍ଯ୍ୟାୟ ସ୍ପଷ୍ଟ ହେଲେ ଏହି ପର୍ଯ୍ୟାୟର ମ୍ୟାଚ୍‌ଗୁଡିକ ପାଇଁ ଅମ୍ବାୟର ଓ ମ୍ୟାଚ୍‌ ରେଫରିଙ୍କୁ ନିଯୁକ୍ତି କରାଯିବ ବୋଲି ଆଇସିସି ସିନିୟର ମ୍ୟାନେଜର (ଅମ୍ପାୟର୍ସ ଆଣ୍ଡ ରେଫରିଜ) ଆଡ୍ରିଆନ ଗ୍ରିଫ୍‌ଥ କହିଛନ୍ତି।
ଅଫିସିଆଲ ତାଲିକା:
ଅମ୍ପାୟର- ରୋଲାଣ୍ଡ ବ୍ଲାକ୍‌, ଅହମ୍ମଦ ଶାହ ପାକଟିନ, ସାମ ନୋଗାଜସ୍କି, ଶାରଫୁଦୌଲା ଆଇବନେ ଶାହିଦ, ଇଆନ ଗୋଲ୍ଡ, ଓ୍ବେନ ନାଇଟ୍ସ, ରସିଦ ରିୟାଜ ଓ୍ବାକର, ଅନୀଲ ଚୌଧୁରୀ, ପାଟ୍ରିକ ବୋଙ୍ଗାନି ଜେଲେ, ଆନୋ ଛବି, ନିଗେଲ ଡୁଗୁଇଡ, ରବୀନ୍ଦ୍ର ଓ୍ବିମାଲସିରି, ମସଦୁର ରହମାନ ମୁକୁଲ, ଆସିଫ ୟାକୁବ, ଲେସଲି ରେଇଫର, ଆଡ୍ରଆନ ହୋଲ୍ଡଷ୍ଟୋକ।
ମ୍ୟାଚ୍‌ ରେଫରି: ଗ୍ରେମ ଲାବରୁୟ, ଶାହିଦ ଓ୍ବାଡଭାଲ୍ଲା, ଫିଲ୍‌ ହ୍ବିଟିକେସ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri