୧୯ ଦିନ ବିତିଲା, ମଦମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ

ଭଦ୍ରକ ଅଫିସ, ୨୦।୫ – ଭଦ୍ରକ ଜିଲାରେ ମଦମୃତ୍ୟୁ ଘଟଣାକୁ ୧୯ ଦିନ ବିତିଲାଣି। ନିର୍ବାଚନ ସମୟରେ ଭୋଟରଙ୍କୁ ହାତେଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ବଣ୍ଟାଯାଇଥିବା ନକଲି ମଦ ପିଇ ୧୦ ଜଣ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଆକ୍ରାନ୍ତ ହୋଇଥିଲେ। ସେତେବେଳେ ଉତ୍ତ୍ୟକ୍ତ ଲୋକେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିବା ବେଳେ ବିରୋଧୀମାନେ ମଧ୍ୟ ଏହାକୁ ଇସ୍ୟୁ କରି ତୁମ୍ବିତୋଫାନ କରିଥିଲେ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେତେବେଳେ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ଏବେ ମଦମୃତ୍ୟୁ ସଂଖ୍ୟାକୁ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲାପାଳଙ୍କ କଥାରେ ତାଳମେଳ ନ ଥିବା ଚର୍ଚ୍ଚାକୁ ଆସିଛି। ଜିଲା ପ୍ରଶାସନ ୫ ଜଣଙ୍କର ମୃତ୍ୟୁ ଘଟିଥିବା କହୁଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ମୃତ୍ୟୁ ସଂଖ୍ୟା ୮ ଦର୍ଶାଉଛନ୍ତି। ଭଦ୍ରକ ଓ କଟକରେ ମୃତ୍ୟୁବରଣ କରିଥିବା ଲୋକଙ୍କ ତାଲିକା ଅନୁଯାୟୀ ମୃତ୍ୟୁ ସଂଖ୍ୟା ୧୦ ବୋଲି କୁହାଯାଉଛି। ଏହାମଧ୍ୟରେ ତିହିଡି ଥାନା ପୋଲିସ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ମଦ ବ୍ୟବସାୟୀ ଓ ସହଯୋଗୀଙ୍କୁ ଗିରଫ କରିଛି। କିନ୍ତୁ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଏକ ନିର୍ଦ୍ଦିଷ୍ଟ ଦଳର ସହଯୋଗୀଙ୍କୁ ଏଯାଏ ଧରାଯାଇ ନାହିଁ। ମଦମୃତ୍ୟୁ ଘଟଣା ପରେ ଫନୀ ବାତ୍ୟା ହେବାର ସୁଯୋଗ ନେଇ ପୋଲିସ ପ୍ରକୃତ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହେଉଛି।
ମଦମୃତ୍ୟୁ ଘଟଣା ପଦାକୁ ଆସିବା ପରେ ବିରୋଧୀ ଭାଜପାର ନେତାମାନେ ଭଦ୍ରକ ଜିଲା ଗସ୍ତରେ ଆସି ଶାସକ ଦଳକୁ ଟାର୍ଗେଟ୍‌ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ସେତେବେଳେ ଅବକାରୀ କମିଶନଙ୍କ ପକ୍ଷରୁ ଘଟଣାର ତଦନ୍ତ ନିଦ୍ଦେର୍ଶ ଦିଆଯାଇଥିଲା। ଏହାମଧ୍ୟରେ ୧୯ ଦିନ ବିତିଯାଇଥିଲେ ମଧ୍ୟ ଜିଲା ପ୍ରଶାସନ କିମ୍ବା ଅବକାରୀ ବିଭାଗ ବିଷାକ୍ତ ମଦ ପିଇ କେତେଜଣ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି। ଜିଲାପାଳ ଜ୍ଞାନରଞ୍ଜନ ଦାସ ଏବଂ ଜିଲା ଚିକିତ୍ସାଧିକାରୀ(ସିଡିଏମ୍‌ଓ) ବାରିଶ ଦାସ ଦେଉଥିବା ତଥ୍ୟ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ମୃତ ଓ ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖି ନ ଥିବାବେଳେ ସେମାନଙ୍କ ପାଖରେ କୌଣସି ସହାୟତା ପହଞ୍ଚିପାରି ନାହିଁ। ଗତ ୧୪ ତାରିଖରେ ଭାଜପା ପକ୍ଷରୁ ମଦମୃତ୍ୟୁ ତଦନ୍ତ କାର୍ଯ୍ୟରେ ଅବହେଳା କରାଯାଉଥିବା ଦର୍ଶାଇ ପୀରହାଟଠାରେ ଗଣଧାରଣା, ପ୍ରତିବାଦ ସଭା କରାଯାଇଥିଲା। ପୀରହାଟ ଅଞ୍ଚଳରେ ମଦବେପାରୀଙ୍କ ସହ ପୋଲିସ ଓ ଅବକାରୀ ବିଭାଗ କର୍ମକର୍ତ୍ତା ହାତ ମିଳାଇଥିବାରୁ ଏହି ଅଞ୍ଚଳରେ ଖୋଲାଖୋଲି ମଦ ବ୍ୟବସାୟ ଚାଲିଥିବା ଉକ୍ତ ସଭାରେ ଅଭିଯୋଗ କରାଯାଇଥିଲା। ୨୦୧୭ରେ ଏହି ଅଞ୍ଚଳରେ ବିଷାକ୍ତ ମଦ ଯୋଗୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦ରୁ ଅଧିକ ଅସୁସ୍ଥ ହୋଇଥିଲେ। ଏହାସତ୍ତ୍ୱେ ପ୍ରଶାସନ ଚେତି ନ ଥିଲା। ଏହାର ଫଳସ୍ବରୁପ ଗତ ଏପ୍ରିଲ ୩୦ ତାରିଖରେ ତିହିଡ଼ି ଓ ଚାନ୍ଦବାଲିରେ ମଦମୃତ୍ୟୁର ବିଭୀଷିକା ଘଟିଲା ବୋଲି ଅଞ୍ଚଳବାସୀ ମଧ୍ୟ ଅଭିଯୋଗ କରିଛନ୍ତି। ଉଭୟ ପ୍ରଶାସନ ଓ ଅବକାରୀ ବିଭାଗ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ରାଶି ପ୍ରଦାନ ନ କରିବା ସମସ୍ତଙ୍କୁ ଚକିତ କରିଛି। ଏ ସମ୍ପର୍କରେ ଜିଲାପାଳ ଦାସଙ୍କୁ ପଚାରିବାରୁ କହିଛନ୍ତି, ମଦର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ମୃତ ବ୍ୟକ୍ତିଙ୍କ ଭିଶାରା ରିପୋର୍ଟ ଆସିବା ପରେ ପ୍ରକୃତ ମଦମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେଲେ ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri