Categories: ଜାତୀୟ

୧୯୪୭ରୁ ୭୨୦ ଅପରାଧୀ ପାଇଲେଣି ମୃତ୍ୟୁଦଣ୍ଡ: ପାଖାପାଖି ଅଧା ଉତ୍ତରପ୍ରଦେଶର

ନୂଆଦିଲ୍ଲୀ, ୨୧ା୩: ସ୍ବାଧୀନତା ପରଠାରୁ ଭାରତରେ ମୋଟ ୭୨୦ ଅପରାଧୀ ଫାଶୀ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ଅଧା ଉତ୍ତରପ୍ରଦେଶର। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଏକ ପ୍ରକଳ୍ପ ଲାଗି ସଂଗ୍ରହ କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଫାଶୀଦଣ୍ଡ ପାଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସରକାରୀ ରେକର୍ଡ ନ ଥିବାରୁ ଏହା ଅଧିକ ହୋଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ନିର୍ଭୟା ଗଣବଳାତ୍କାର, ହତ୍ୟା ମାମଲାରେ ୪ ଦୋଷୀଙ୍କୁ ଶୁକ୍ରବାର ଫାଶୀ ଦିଆଯାଇଥିବା ବେଳେ ଏହା ପୂର୍ବରୁ ୨୦୧୫ ଜୁଲାଇରେ ୟାକୁବ୍‌ ମେମନ୍‌ଙ୍କୁ ଫାଶୀଖୁଣ୍ଟରେ ଝୁଲାଯାଇଥିଲା।
ରିପୋର୍ଟ ମୁତାବକ ୧୯୪୭ ପରଠାରୁ ଉତ୍ତରପ୍ରଦେଶରେ ୩୫୪ ବ୍ୟକ୍ତିଙ୍କୁ ଫାଶୀ ଦିଆଯାଇଛି। ହରିୟାଣାରେ ୯୦, ମଧ୍ୟପ୍ରଦେଶରେ ୭୩, ମହାରାଷ୍ଟ୍ରରେ ୫୭, କର୍ନାଟକରେ ୩୬, ପଶ୍ଚିମବଙ୍ଗରେ ୩୦, ଆନ୍ଧ୍ରପ୍ରଦେଶରେ ୨୭, ଦିଲ୍ଲୀରେ ୨୪ ଓ ପଞ୍ଜାବରେ ୧୦, ରାଜସ୍ଥାନରେ ୮, ଓଡ଼ିଶା, ଜମ୍ମୁ-କଶ୍ମୀରରେ ୫ ଜଣ ଲେଖାଏ ଏବଂ ଗୋଆରେ ଜଣେ ଅପରାଧୀଙ୍କୁ ଫାଶୀଦଣ୍ଡ ଦିଆଯାଇଛି। ସୂଚନା ଅଧିକାର ଆଇନ ମାଧ୍ୟମରେ ବିଭିନ୍ନ ରାଜ୍ୟର ରେକର୍ଡରୁ ଏହି ତଥ୍ୟ ମିଳିଥିବା ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁପ ସୁରେନ୍ଦ୍ରନାଥ ପ୍ରକାଶ କରିଛନ୍ତି।
୨୦୧୩ରେ ପାର୍ଲାମେଣ୍ଟ ଆକ୍ରମଣକାରୀ ଅଫ୍‌ଜଲ ଗୁରୁଙ୍କୁ ଫାଶୀ ଦିଆଯାଇଥିଲା। ୨୦୦୪ରେ ବଳାତ୍କାର ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ଧନଞ୍ଜୟ ଚାଟାର୍ଜୀଙ୍କୁ ଫାଶୀଦଣ୍ଡ ଦିଆଯାଇଥିଲା। ୨୦୧୨ ନଭେମ୍ବରରେ କସବଙ୍କୁ ଦିଆଯାଇଥିବା ଫାଶୀ।

Share