୧୮ ହଜାର ହେକ୍ଟର ଚାଷଜମି ପଡ଼ିଆ

ତିହିଡ଼ି, ୨୦।୭ (ଡି.ଏନ.ଏ.) – ଆଷାଢ଼ ଯାଇ ଶ୍ରାବଣ ହେଲା। ଜମିରେ ଧାନ ଗଛଟିଏ ବସି ପାରିଲା ନାହିଁ। ଦୀର୍ଘଦିନ ଧରି ବର୍ଷା ଛାଡ଼ି ଯାଇଥିବାରୁ ଧାନ ଚାଷ ଆରମ୍ଭ ହୋଇପାରୁ ନାହିଁ। ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ବର୍ଷାରେ ଅନିୟମିତତା ଯୋଗୁ ଚଳିତ ଖରିଫ୍‌ ଋତୁରେ ଧାନଚାଷ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ବ୍ଲକର ୧୮ ହଜାର ହେକ୍ଟର ଚାଷଜମି ପଡ଼ିଆ ପଡ଼ିଥିବା ଜଣାଯାଇଛି।
ପ୍ରକାଶ ଯେ, ଚଳିତବର୍ଷ ବ୍ଲକରେ ମୋଟ ୨୦ ହଜାର ହେକ୍ଟର ଜମିରେ ଖରିଫ୍‌ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ତଦନୁଯାୟୀ ଚାଷୀମାନେ ରଜ ସଂକ୍ରାନ୍ତି ପୂର୍ବରୁ ତଳିପକା ଓ ବୁଣା କାର୍ଯ୍ୟ ସାରି ଦେଇଥିଲେ। ପରେ ବର୍ଷାରେ ଧାନ ଗଜା ହୋଇ ଗଛ ଉଠିଥିଲା। କିନ୍ତୁ ଦୀର୍ଘଦିନ ଧରି ବର୍ଷା ନ ହେବା କାରଣରୁ ତଳିସବୁ ହଳଦିଆ ପଡ଼ିଗଲାଣି। ଧାନ ଗଛ ରୁଆଯିବା ପାଇଁ ହଳ ହୋଇଥିବା ଜମି ଶୁଖି ଫାଟି ଅଁା କରିଛି। ଖାଲୁଆ ଜମିରେ ନାମକୁମାତ୍ର ଧାନଚାଷ ଆରମ୍ଭ ହୋଇଛି। କେତେକ ଚାଷୀ ମଧ୍ୟ ପମ୍ପସେଟ୍‌ ଜରିଆରେ ଜଳସେଚନ କରି ଚାଷ ଆରମ୍ଭ କରିଛନ୍ତି। ଜୁଲାଇ ମାସରେ ୨୫୦ରୁ ୨୭୦ ମି.ମି. ସ୍ବାଭାବିକ ବର୍ଷା ହେବା କଥା। ମାତ୍ର ମାସ ଆରମ୍ଭରୁ ୯୦ ମି.ମି. ବର୍ଷା ହୋଇଥିବା ବେଳେ ପରେ ୩୦ ମି.ମି. ବର୍ଷା ହୋଇଛି। ଯାହା ଧାନ ଚାଷ ପାଇଁ ଆବଶ୍ୟକ କରୁଥିବା ପରିମାଣଠାରୁ ଯଥେଷ୍ଟ କମ୍‌। ଅପରପକ୍ଷେ ବ୍ଲକରେ ଥିବା ଜମି ମଧ୍ୟରୁ ୮ ହଜାର ହେକ୍ଟର ଜମି ଜଳସେଚିତ। ଦଶମୌଜା କେନାଲ, ଉଠା ଜଳସେଚନ, ରିଆନାଳ ମାଧ୍ୟମରେ ଏହିସବୁ ଜମି ଜଳସେଚିତ ହୋଇଥାଏ। ମାତ୍ର କେନାଲରେ ଟୋପାଏ ପାଣି ନ ଥିବାବେଳେ ଜଳସେଚନ ପଏଣ୍ଟ ସବୁ ଅଚଳ ହୋଇ ରହିଛି। ଫଳରେ ଜମିକୁ ଟୋପାଏ ପାଣି ଯିବା ସମ୍ଭବ ହୋଇପାରୁ ନାହିଁ। ଚଳିତବର୍ଷ ଖରିଫ୍‌ ଋତୁ ଆରମ୍ଭରୁ ଧାନଚାଷ ବାଧାପ୍ରାପ୍ତ ହୋଇଛି। ଏବର୍ଷ ଧାନ ଚାଷ ଠିକ୍‌ ଭାବେ ହୋଇ ନ ପାରିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ। ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ଅନ୍ତର୍ଯ୍ୟାମୀ ଧୀର୍‌ ଆସନ୍ତା ସପ୍ତାହକ ମଧ୍ୟରେ ଠିକ୍‌ ପରିମାଣରେ ବର୍ଷା ନ ହେଲେ ଧାନଚାଷ ପ୍ରଭାବିତ ହୋଇ ଉତ୍ପାଦନ କମିବାର ଆଶଙ୍କା ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri