୧୮ ଫୁଟ ଖାଲରେ ଖସିପଡ଼ିଲା ହାତୀ: ୫ ଘଣ୍ଟାର ଅପରେଶନ ପରେ ଉଦ୍ଧାର କଲା ବନବିଭାଗ

ଶେରଗଡ଼/ଦିଗପହଣ୍ଡି,୨।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଳକ ଅଧୀନ ଅଲାରିଗଡ଼ ଗ୍ରାମ ଲଣ୍ଡା ଶିଖ ଜେନାଖୋଲ ପାହାଡ଼ ନିକଟରେ ପ୍ରାୟ ୧୮ ଫୁଟ ଖାଲରେ ଏକ ମାଈହାତୀ ଖସି ପଡ଼ିଥିଲା। ବନକର୍ମଚାରୀ, ଦମକଳବାହିନୀ ଏବଂ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଦୀର୍ଘ ୫ ଘଣ୍ଟା ପରେ ହାତୀକୁ ଉଦ୍ଧାର କରାଯାଇଛି।

ସୂଚନାନୁଯାୟୀ, କିଛିଦିନ ଧରି ଘୁମୁସର ଜଙ୍ଗଲରୁ ୧୧ ଟିକିଆ ହାତୀପଲ ଆସି ଦିଗପହଣ୍ଡି, ବ୍ରହ୍ମପୁର, ଚିକିଟି ଓ ଆଖପାଖ ଅଞ୍ଚଳରେ ଉତ୍ପାତ କରୁଥିଲେ। ଶନିବାର ସନ୍ଧ୍ୟାରେ ବନ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ହାତୀପଲ ଦିଗପହଣ୍ଡି ବନାଞ୍ଚଳ ରତନଇ ସଂରକ୍ଷିତ ଜଙ୍ଗଲରୁ ବାହାରି ଅଲାରିଗଡ ଗାଁ ସୀମାନ୍ତ ଲଣ୍ଡାଶିଖ ଜେନାଖାଲ ପାହାଡ଼ ରାସ୍ତା ଦେଇ ଜଙ୍ଗଲ ମଧ୍ୟକୁ ଫେରୁଥିବା ବେଳେ ସନ୍ଧ୍ୟା ୭ଟାରେ ଖାତ ମଧ୍ୟରେ ହାତୀଟି ଖସି ପଡ଼ିଥିଲା। ବନ କର୍ମଚାରୀମାନେ ଏ ନେଇ ଦିଗପହଣ୍ଡି ରେଞ୍ଜର ପ୍ରମୋଦ କୁମାର ଖଡ଼ଗରାୟଙ୍କୁ ଖବର ଦେଇଥିଲେ। ରେଞ୍ଜର ରାତିରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଉପରିସ୍ଥ ବିଭାଗୀୟ ଅଧିକାରୀମାନଙ୍କୁ ଖବର ଦେଇଥିଲେ। ହାତୀପଲରେ ଥିବା ଗୋଟିଏ ଦନ୍ତା ସମେତ ୯ ଟି ହାତୀ ସେଠାରେ ଖାତରେ ପଡ଼ିଥିବା ହାତୀଟିକୁ ଘେରି ରହିଥିଲେ। ଖାତ ମଧ୍ୟରୁ ହାତୀଟିକୁ ଉଦ୍ଧାର ପାଇଁ ଅନ୍ୟ ହାତୀ ମାନେ ଶୁଣ୍ଢ ବଢାଇ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇ ନ ଥିଲେ। ରାତି ସାରା ହାତୀପଲ ଘଟଣାସ୍ଥଳ ଛାଡ଼ି ନ ଥିଲେ ବୋଲି ରେଞ୍ଜର କହିଛନ୍ତି। ରବିବାର ଭୋର ପ୍ରାୟ ସାଢ଼େ ୪ଟାରେ ବ୍ରହ୍ମପୁର ସହକାରୀ ବନଖଣ୍ଡ ଅଧିକାରୀ ଅଶୋକ କୁମାର ବେହେରା, ବ୍ରହ୍ମପୁର ରେଞ୍ଜର ଏ.ରାଜା ରାଓ, ଦିଗପହଣ୍ଡି ବନାଞ୍ଚଳ ରେଞ୍ଜର ପ୍ରମୋଦ କୁମାର ପ୍ରମୁଖ ୬୦ରୁ ଊଦ୍ଧର୍‌ବ ବନ କର୍ମଚାରୀ ଓ ହିଞ୍ଜିଳି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଉଦ୍ଧାର ପାଇଁ ଅପରେଶନ ଆରମ୍ଭ କରିଥିଲେ। ଦୀର୍ଘ ୫ ଘଣ୍ଟାର ପରେ ହାତୀଟି ସକାଳ ପ୍ରାୟ ସାଢ଼େ ୯ ଟାରେ ଖାତରୁ ବାହାରି ଜଙ୍ଗଲରେ ଥିବା ହାତୀପଲ ପାଖକୁ ଚାଲି ଯାଇଥିଲା।

ପ୍ରକାଶ ଯେ, ଏହି ହାତୀପଲରୁ ଅଲଗା ହୋଇଯାଇଥିବା ଗୋଟିଏ ହାତୀ ଗତ ୨୧ତାରିଖ ଭୋରରେ ଦିଗପହଣ୍ଡି ଗ୍ରାମ୍ୟ ସ୍ବାସ୍ଥ୍ୟ ତାଲିମ କେନ୍ଦ୍ର କୋଠା ପଛ ଭାଗରେ ଥିବା ସୁରେଶ ଚନ୍ଦ୍ର ପଶୁପାଳକ ଙ୍କ ଧାନ ଖଳା ଜଗିଥିବା ଚାଷୀ ଆଲୁ . ଲାଛେୟା ଙ୍କୁ ଶୁଣ୍ଢରେ ଛେଚି ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri