Categories: ଜାତୀୟ

୧୮ରେ ଶପଥ ନେବେ ନୂଆ ସିଜେଆଇ ବୋବ୍‌ଡେ

ନୂଆଦିଲ୍ଲୀ,୩୦ା୧୦(ଆଇଏଏନ୍‌ଏସ୍‌): ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡେ ଭାରତର ୪୭ତମ ପ୍ରଧାନ ବିଚାରପତି (ସିଜେଆଇ) ହେବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ତାଙ୍କ ନିଯୁକ୍ତିପତ୍ରରେ ସ୍ବାକ୍ଷର କରିଛନ୍ତି। ଜଷ୍ଟିସ୍‌ ବୋବ୍‌ଡେ ନଭେମ୍ବର ୧୮ରେ ସିଜେଆଇ ଭାବେ ଶପଥ ନେବା ପରେ ପ୍ରାୟ ୧୮ ମାସ ଧରି ଏହି ମର୍ଯ୍ୟାଦାଜନକ ସାମ୍ବିଧାନିକ ପଦବୀରେ ରହିବେ। ସେ ୨୦୨୧ ଏପ୍ରିଲ ୧୩ରେ ଅବସର ନେବେ। ବର୍ତ୍ତମାନର ସିଜେଆଇ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଆସନ୍ତା ୧୭ରେ ଅବସର ନେବେ। ଏଥିପାଇଁ ସେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ବୋବ୍‌ଡେଙ୍କୁ ଗତ ୧୮ ତାରିଖରେ ନିଜ ଉତ୍ତରାଧିକାରୀ ଭାବେ ଚୟନ କରି ଆଇନ ମନ୍ତ୍ରଣାଳୟକୁ ତାଙ୍କ ନାମ ସୁପାରିସ କରିଥିଲେ।

Share