୧୮ରେ ରାଜ୍ୟପାଳଙ୍କ କପ୍ତିପଦା ଗସ୍ତ

କପ୍ତିପଦା, ୧୬।୬ (ଡ଼ି.ଏନ୍‌.ଏ.)- ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆସନ୍ତା ୧୮ ତାରିଖରେ ମୟୂରଭଞ୍ଜ ଜିଲାର କପ୍ତିପଦା ବ୍ଲକ୍‌ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି। ସେ କପ୍ତିପଦା ବ୍ଲକ୍‌ର ଜଡ଼ିଦା ମଧ୍ୟଇଂରାଜୀ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେବା ସହିତ କପ୍ତିପଦା ଗଣଉତ୍ସବ ‘ବିରାଟ’କୁ ଉଦ୍‌ଘାଟନ କରିବେ । ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ବସନ୍ତ କୁମାର ରାଉଳ, ଶିକ୍ଷାକ୍ଷେତ୍ରରେ ନିରଞ୍ଜନ ସାହୁ, ଆଦିବାସୀ ଅଞ୍ଚଳରେ ଉଚ୍ଚ ଶିକ୍ଷାର ବିକାଶ କ୍ଷେତ୍ରରେଅଧ୍ୟକ୍ଷ ଭଗବାନ ପଣ୍ଡା, ଉତ୍ସର୍ଗୀକୃତ ସ୍ବାସ୍ଥ୍ୟସେବା ପାଇଁ ଗିରୀଶ ଚନ୍ଦ୍ର ସେନାପତି, କୃଷି ବୈଜ୍ଞାନିକ ସଂଘମିତ୍ରା ପଟ୍ଟନାୟକ, ହୋ ଭାଷାର ବିକାଶ ପାଇଁ ତୁରାମ ସିଂ, ସଂଗୀତ ଓ ସମାଜ ସଂସ୍କାର କ୍ଷେତ୍ରରେ ବ୍ରଜସୁନ୍ଦର ମାଝୀ, କପ୍ତିପଦା ବ୍ଲକ୍‌ ମାଟ୍ରିକ୍‌ ଟପର ନୁଦଡ଼ିହାସ୍ଥିତ ଲାଲବାହାଦୂର ଉଚ୍ଚ ବିଦ୍ୟାଳୟର ଛାତ୍ର ସୁବ୍ରତ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯିବ । ୩ଦିନ ଧରି ହେବାକୁ ଥିବା ଗଣଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହଛି। ଏହି ଉପଲକ୍ଷେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଜଣାପଡିଛି।