Categories: ଫୁରସତ

୧୭ ବର୍ଷ ପୂର୍ବେ ଅଲଗା ହୋଇଥିଲେ ୨ ଭଉଣୀ: ସେଲ୍‌ଫି ପାଇଁ ହେଲେ ଏକାଠି

ଆଜିର ଅତ୍ୟାଧୁନିକ ଯୁଗରେ ସେଲ୍‌ଫି କ୍ରେଜ୍‌ ସବୁଆଡ଼େ ଦେଖିବାକୁ ମିଳୁଛି। ସେଲ୍‌ଫି ନେବା ଆଳରେ ଅନେକଙ୍କ ଜୀବନ ଚାଲିଯାଉଥିବା ନଜିର ରହିଛି। ତେଣୁ କେହି କେହି ଏହାକୁ ଅଭିଶାପ ବୋଲି ମାନିଥାନ୍ତି। ମାତ୍ର ପିଲାଟି ଦିନରୁ ହଜିଯାଇଥିବା ଜଣେ ଭଉଣୀଙ୍କ ପାଇଁ ଏହା ବରଦାନ ସଦୃଶ୍ୟ ହୋଇଛି।
ଦକ୍ଷୀଣ ଆଫ୍ରିକାର କେପଟାଉନ୍‌ରେ ରହୁଥିବା ସେଲେଷ୍ଟଙ୍କ ଝିଅ ମିଶେଲ ୩ ବର୍ଷର ହୋଇଥିଲେ। ୧୯୯୭ରେ ସେ ଆଉ ଏକ ଝିଅ କୈସିଡିଙ୍କୁ ଜନ୍ମ ଦେଇଥିଲେ। କୈସିଡି ୩ ଦିନର ହୋଇଥିବା ବେଳେ ହସ୍ପିଟାଲର ଜଣେ ନର୍ସ ତାଙ୍କୁ ଚୋରିକରି ନେଇଯାଇଥିଲେ। ଫଳରେ ମିଶେଲ ତାଙ୍କ ସାନ ଭଉଣୀଙ୍କଠାରୁ ଅଲଗା ହୋଇଯାଇଥିଲେ। ୨୦ ବର୍ଷିୟା ମିଶେଲ ଜ୍ୱାନସ୍ବାକ ହାଇସ୍କୁଲରେ ପାଠ ପଢ଼ୁଥିଲେ। ଏଠାରେ ତାଙ୍କ ସାନ ଭଉଣୀ କୈସିଡି ମଧ୍ୟ ନାମ ଲେଖାଇଲେ। ଦୁଇ ଭଉଣୀ ଦେଖିବାକୁ ଏକାପରି। ସବୁବେଳେ ସ୍କୁଲରେ ସେମାନଙ୍କର ଦେଖା ହେଉଥିଲେ। ସେମାନେ ଏକାପରି ଦେଖାଯାଉଥିବାରୁ ସାଙ୍ଗସାଥୀ ସେମାନଙ୍କୁ ଥଟ୍ଟାରେ ଦୁଇ ଭଉଣୀ ବୋଲି ମଧ୍ୟ କହୁଥିଲେ। ଏକଦା ମିଶେଲ କୈସିଡିଙ୍କ ସହ ଏକ ସେଲ୍‌ଫି ନେଇଥିଲେ। ଏହି ଫଟୋକୁ ସେ ମା’ବାପାଙ୍କୁ ଦେଖାଇଥିଲେ। ଫଟୋଟିକୁ ଦେଖିବା ପରେ ମିଶେଲଙ୍କ ମା’ ଆଶ୍ଚର୍ଯ୍ୟ ହେବା ସହ ସେ ତାଙ୍କ ଝିଅ ବୋଲି ଜାଣିପାରିଥିଲେ। ତାଙ୍କର ଜଣେ ଉଭଣୀ ଛୋଟ ବେଳେ ଚୋରି ହୋଇଥିବା ମିଶେଲ ମଧ୍ୟ ଜାଣିବାକୁ ପାଇଥିଲେ। ପରେ ମିଶେଲ କୈସିଡିଙ୍କୁ ତାଙ୍କ ଜନ୍ମ ତାରିଖ ପଚାରିବା ପରେ ସେ ହିଁ ତାଙ୍କ ଭଉଣୀ ବୋଲି ଜାଣି ପାରିଥିଲେ। ପରେ ଏ ନେଇ ସେମାନେ ପୋଲିସକୁ ଜଣାଇଥିଲେ। କୈସିଡିଙ୍କ ଡିଏନ୍‌ଏ ପରୀକ୍ଷା କରାଯାଇଥିଲା। ଏହା ମିଶେଲ ଏବଂ ତାଙ୍କ ପରିବାର ସହ ମିଶିଥିଲା। ଏହାପରେ ଉଭୟ ଭଉଣୀ ଏକାଠି ହୋଇଥିବା ବେଳେ ପୋଲିସ କୈସିଡିଙ୍କୁ ଚୋରି କରିଥିବା ନର୍ସଙ୍କୁ ଗିରଫ କରିଛି।

Share