୧୭ ବର୍ଷରେ ଏତେ ବଦଳିଗଲେଣି ରଶ୍ମୀ, ଚକିତ କରୁଛି ମେକ୍‌ଓଭର

ବମ୍ବେ: ପ୍ରଥମେ ଫିଲ୍ମ ‘କନ୍ୟାଦାନ’ରୁ ନିଜର ଡେବ୍ୟୁ କରିବା ପରେ ଲୋକପ୍ରିୟ ଟେଲି ଧାରାବାହିକ ‘ଉତରନ୍‌’ରୁ ଷ୍ଟାର ପାଲଟିଥିଲେ ଅଭିନେତ୍ରୀ ରଶ୍ମୀ ଦେଶାଇ। ଏବେ ରଶ୍ମୀ ବିଗ୍‌ ବସ୍‌ର ଚଳିତ ସିଜନ୍‌ରେ ନଜର ଆସୁଛନ୍ତି। ଘରେ ସେତେଟା ଭଲ ପ୍ରଦର୍ଶନ କରୁ ନ ଥିଲେ ହେଁ ପ୍ରଶଂସକମାନେ ତାଙ୍କୁ ଭରପୂର ସମର୍ଥନ କରୁଛନ୍ତି। ଏସବୁ ଛଡ଼ା ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ରଶ୍ମୀଙ୍କ ମେକ୍‌ଓଭର।
୨୦୦୨ର ରଶ୍ମୀ ଯେଭଳି ଦେଖାଯାଉଥିଲେ ସେଥିରେ ଆକାଶ ପାତାଳ ତଫାତ୍‌ ଆସିଯାଇଛି। ଏହାର ୧୭ ବର୍ଷ ବିତିଯାଇଥିବା ବେଳେ ପୂର୍ବଠାରୁ ଅଧିକ ସୁନ୍ଦରୀ ଏବଂ ଷ୍ଟାଇଲିସ୍‌ ଦେଖାଯାଉଛନ୍ତି ସେ। ଏପରିକି ସେ ନିଜର ପୋଷାକ ପରିଧାନକୁ ପରିବର୍ତ୍ତନ କରିଛନ୍ତି।

‘ଉତରନ୍‌’ରେ କାମ କରିବା ସମୟରେ ପତଳି ଥିବା ରଶ୍ମୀ ବିବାହ ପରେ ମୋଟା ହୋଇଯାଇଥିଲେ। ଏଥିସହ ଅଭିନୟରୁ ଦୂରେଇ ଯାଇଥିଲେ। ଏବେ ପୁଣି ଥରେ ସେ ଲାଇମ୍‌ଲାଇଟ୍‌କୁ ଫେରିବା ସହ ଦର୍ଶକଙ୍କୁ ନିଜର କ୍ୟୁଟ୍‌ ସ୍ମାଇଲ୍‌ରେ ଘାଇଲା କରୁଛନ୍ତି। ତେବେ ରଶ୍ମୀ ‘ୟେ ଲମ୍‌ହେ ଜୁଦାଇ କେ’, ‘ଇସ୍କ କା ରଙ୍ଗ ସଫେଦ’, ‘ରାବଣ’, ‘ପରୀ ହୁଁ ମୈ’, ‘ଅଧୁରୀ କାହାନୀ ହମାରୀ’, ‘ଦିଲ ସେ ଦିଲ୍‌ ତକ୍‌’ ଭଳି ଶୋ’ରେ କାମ କରିଛନ୍ତି।

Share