Posted inଖେଳ

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ: କଳିଙ୍ଗରେ କ୍ୱାର୍ଟର, ସେମିଫାଇନାଲ

ଭୁବନେଶ୍ୱର, ୨୩।୬(କ୍ରୀଡ଼ା ପ୍ରତିନିଧି)- ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା ଫିଫା ପକ୍ଷରୁ ମଙ୍ଗଳବାର ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ପାଇଁ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଫଳରେ ଟୁର୍ନାମେଣ୍ଟର ଅନ୍ୟତମ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମରେ କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲ ଖେଳାଯିବା ସ୍ପଷ୍ଟ ହୋଇଛି। ଏହା ବ୍ୟତୀତ ଏଠାରେ ୬ଟି ଗ୍ରୁପ୍‌ ମ୍ୟାଚ ଖେଳାଯିବ। ଗ୍ରୁପ୍‌ ‘ଏ’ର ଗୋଟିଏ ଏବଂ ଗ୍ରୁପ୍‌‘ବି’ର ୫ଟି ମ୍ୟାଚ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଅର୍ଥାତ୍‌ ଗ୍ରୁପ୍‌ ‘ବି’ର ଅଧିକାଂଶ ମ୍ୟାଚ କଳିଙ୍ଗରେ ଖେଳାଯିବ। ୨୦୨୧ ଫେବୃୟାରୀ ୧୭ରୁ ମାର୍ଚ୍ଚ ୭ ମଧ୍ୟରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ପ୍ରଥମ ଦିବସରେ ୨ଟି ମ୍ୟାଚ ଖେଳାଯିବ। ଏହା କଳିଙ୍ଗ ଷ୍ଟାଡିୟମ ଏବଂ ଗୁଆହାଟୀରେ ଆୟୋଜିତ ହେବ। ପ୍ରକୃତରେ ଏହି ପ୍ରତିଯୋଗିତା ୨୦୨୦ ନଭେମ୍ବରରେ ହେବାର ଥିଲା। ମାତ୍ର କରୋନା ଭାଇରସ ସଂକ୍ରମଣ ଜନିତ କାରଣରୁ ଏହାକୁ ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି।
ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ଫେବୃୟାରୀ ୨୭ ଓ ୨୮ରେ ଅନୁଷ୍ଠିତ ହେବ। ୪ଟି କ୍ୱାର୍ଟର ଫାଇନାଲ ଯଥାକ୍ରମେ ଭୁବନେଶ୍ୱର, କୋଲକାତା, ଅହମ୍ମଦାବାଦ ଓ ନଭି ମୁମ୍ବାଇରେ ଖେଳାଯିବ। ମାର୍ଚ୍ଚ ୩ରେ ୨ଟି ଯାକ ସେମିଫାଇନାଲ ଆୟୋଜିତ ହେବ। ଏହା ନଭି ମୁମ୍ବାଇ ଓ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ତୃତୀୟ ସ୍ଥାନ ପାଇଁ କ୍ଲାସିଫିକେଶନ ଏବଂ ଫାଇନାଲ ନଭି ମୁମ୍ବାଇରେ ଅନୁଷ୍ଠିତ ହେବ।
ଗୁଆହାଟୀରେ ଭାରତର ଗ୍ରୁପ୍‌ ମ୍ୟାଚ-
ଫିଫା ପକ୍ଷରୁ ହୋଇଥିବା ଡ୍ର ଉଠାଣରେ ଆୟୋଜକ ଭାରତ ଏ-୧ ପୋଜିଶନରେ ରହିଥିଲା। ଏହି ଦଳ ସମସ୍ତ ଗ୍ରୁପ୍‌ ମ୍ୟାଚ ଗୁଆହାଟୀର ଇନ୍ଦିରା ଗାନ୍ଧୀ ଆଥଲେଟିକ୍‌ ଷ୍ଟାଡିୟମରେ ଖେଳିବା ନିଶ୍ଚିତ ହୋଇଛି। ଭାରତ ଏହାର ପ୍ରଥମ ମ୍ୟାଚରେ ଏ-୨ ଦଳକୁ ଭେଟିବ। ଗ୍ରୁପ ‘ସି’ ମ୍ୟାଚ କୋଲକାତା ଏବଂ ଗ୍ରୁପ ‘ଡି’ ମ୍ୟାଚ ଅହମ୍ମଦାବାଦରେ ଫେବୃୟାରୀ ୧୮ରୁ ଆରମ୍ଭ ହେବ। ଫେବୃୟାରୀ ୨୦ରେ ଭାରତ ଏ-୩ ଏବଂ ୨୨ରେ ଏ-୪ ଦଳକୁ ଭେଟିବ। ଅହମ୍ମଦାବାଦ, ଭୁବନେଶ୍ୱର, ଗୁଆହାଟୀ, କୋଲକାତା ଓ ନଭି ମୁମ୍ବାଇ ୫ଟି ଆୟୋଜକ ଭେନ୍ୟୁ ଭାବେ ପୂର୍ବରୁ ସ୍ଥିରିକୃତ ହୋଇ ସାରିଛି। ପ୍ରତିଯୋଗିତାରେ ମୋଟ ୩୨ଟି ମ୍ୟାଚ ଖେଳାଯିବ। ଦ୍ୱିତୀୟ ଥରପାଇଁ ଭାରତ ଏକ ଫିଫା ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ପୂର୍ବରୁ ୧୭ ବର୍ଷରୁ କମ୍‌ ପୁରୁଷ ଫିଫା ବିଶ୍ୱକପ ୨୦୧୭ରେ ଅନୁଷ୍ଠିତ ହୋଇଥିଲା।
ମହିଳା ଫୁଟବଲର ଭବିଷ୍ୟତ କୁହା ଯାଉଥିବା ଯୁବ ପ୍ରତିଭା ମାନଙ୍କୁ ଆଗାମୀ ବିଶ୍ୱକପରେ ଦେଖିବାକୁ ମିଳିବ। ଭାରତୀୟ ଫୁଟବଲ ପ୍ରେମୀମାନେ ନିକଟରୁ ସେମାନଙ୍କର ଖେଳ ଦେଖିବାର ସୁଯୋଗ ପାଇବେ। ଆୟୋଜକ ଦେଶଭାବେ ଭାରତ ଆଗାମୀ ବିଶ୍ୱକପ ଖେଳିବାକୁ ସ୍ବତଃ ଯୋଗ୍ୟତା ପାଇଛି। ୨୦୧୯ ଏଏଫସି ୧୬ ବର୍ଷରୁ କମ୍‌ ମହିଳା ଚାମ୍ପିୟନଶିପ୍‌ରେ ଉନ୍ନତ ପ୍ରଦର୍ଶନ ପାଇଁ ଜାପାନ ଓ ଉତ୍ତର କୋରିଆ ଏବଂ ୨୦୨୦ ଓଏଫସି ୧୭ ବର୍ଷରୁ କମ୍‌ ମହିଳା ଚାମ୍ପିୟନଶିପ୍‌(କୋଭିଡ-୧୯ ପାଇଁ ବାତିଲ)ରୁ ନ୍ୟୁଜିଲାଣ୍ଡ ଆଗାମୀ ମେଗା ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛି। ଅନ୍ୟ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଗୁଡ଼ିକ ହେବାପରେ ଅବଶିଷ୍ଟ ୧୨ଟି ଦଳର ଅଂଶଗ୍ରହଣ ସ୍ପଷ୍ଟ ହେବ। ୨୦୧୮ରେ ହୋଇଥିବା ଗତ ସଂସ୍କରଣରେ ସ୍ପେନ ଚାମ୍ପିୟନ ହୋଇଥିଲା। ସ୍ପେନ ପ୍ରଥମଥରପାଇଁ ଏହି ଟାଇଟଲ ହାସଲ କରିଥିଲା। ୨୦୨୩ ଫିଫା ମହିଳା ବିଶ୍ୱକପ କେଉଁଠାରେ ହେବ ତାହା ଚଳିତମାସ ୨୫ ତାରିଖରେ ଘୋଷଣା ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri