Categories: ଜାତୀୟ

୧୭ ଦିନର ଶିଶୁକନ୍ୟାଙ୍କୁ ନଦୀ ବାଲିରେ ପୋତିଲେ ପିତା

ଚେନ୍ନାଇ,୬।୧୧: ତାମିଲନାଡୁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପିତା ତାଙ୍କର ୧୭ ଦିନର ଶିଶୁକନ୍ୟାଙ୍କୁ ନଦୀ ବାଲିରେ ପୋତି ଦେଇଛନ୍ତି। ଭାଦାମାରୁଥୁର୍‌ ଗାଁର ୨୯ ବର୍ଷ ବୟସ୍କ ଡି. ଭର୍ଦାରଞ୍ଜନଙ୍କ ସ୍ତ୍ରୀ ସୁନ୍ଧାରୟା ଜିପ୍‌ମର ହସ୍ପିଟାଲରେ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ଶିଶୁକନ୍ୟା ଜନ୍ମ ପରେ ଭର୍ଦାରଞ୍ଜନଙ୍କ ମନ ଦୁଃଖ ହୋଇଥିଲା। ଶିଶୁକନ୍ୟାଙ୍କୁ  ୩ ଦିନ ହୋଇଥିବାବେଳେ ସେ ତାକୁ ହତ୍ୟା କରିବାର ଉଦ୍ୟମ କରିଥିଲେ। ତେବେ ବନ୍ଧୁବାନ୍ଧବ ତାଙ୍କୁ ଏପରି କରିବାକୁ ବାରଣ କରିଥିଲେ। ସେ ମଙ୍ଗଳବାର ଅପରାହ୍ନରେ ଶିଶୁକନ୍ୟାଙ୍କୁ ନେଇ ଥେନପେନ୍ନାଇ ନଦୀ ବାଲିରେ ପୋତି ଦେଇଥିଲେ। ଘର ଲୋକ ଖୋଜାଖୋଜି କରିବାରୁ ଭର୍ଦାରଞ୍ଜନ ଶିଶୁକନ୍ୟାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଖବର ପାଇ ପୋଲିସ ନଦୀବାଲିରୁ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର କରିବା ସହିତ ଭର୍ଦାରଞ୍ଜନଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

Share