୧୬ ବିମାନ ଯାତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ,୨୯ା୫: ଦୁଇ ମାସ ବନ୍ଦ ରହିବା ପରେ ଗତ ସୋମବାରଠାରୁ ଦେଶ ଭିତରେ ବିମାନ ସେବା ଆରମ୍ଭ ହୋଇଛି। ଇତିମଧ୍ୟରେ ୩ ଏୟାରଲାଇନ୍ସରେ ଯାତ୍ରା କରିଥିବା ୧୬ ଜଣ ଯାତ୍ରୀଙ୍କଠାରେ କରୋନା ପଜିଟିଭ୍‌ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଇଣ୍ଡିଗୋର ସର୍ବାଧିକ ୧୨ ଜଣ ଯାତ୍ରୀ ଅଛନ୍ତି। ସେମାନେ ଉକ୍ତ ଏୟାରଲାଇନ୍ସର ୪ଟି ବିମାନରେ ଯାତ୍ରା କରିଥିଲେ। ସେମାନଙ୍କଠାରେ ଲକ୍ଷଣ ନ ଥିଲା ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ସେହିପରି ସ୍ପାଇସ୍‌ଜେଟ୍‌ରେ ଆସିଥିବା ୨ ଜଣଙ୍କଠାରେ କରୋନା ଭୂତାଣୁ ଥିବା ଜଣାପଡ଼ିଛି।

Share