Categories: ବାଣିଜ୍ୟ

୧୬୦୦ ପଏଣ୍ଟ ବଢିଲା ସେନ୍‌ସେକ୍ସ

 

ମୁମ୍ବାଇ,୨୧-୩: ଲଗାତର ୪ ଦିନ ଦେଶର ପୁଞ୍ଜି ବଜାର ହ୍ରାସ ଘଟିବା ପରେ ଶୁକ୍ରବାର ଏଥିରେ ଉନ୍ନତି ଘଟିଛି। ଏହି ସମୟରେ ନିବେଶକଙ୍କୁ ୬.୩୨ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ଶୁକ୍ରବାର ୧୬୨୭.୭୨ ବା ୫.୭୫% ପଏଣ୍ଟ ବଢିଛି। ସରକାରଙ୍କ ପ୍ରୋତ୍ସାହନ ପ୍ୟାକେଜ ଏବଂ ବିଶ୍ୱ ସ୍ତରର ଶେୟାର ବଜାର କାରବାରରେ ଉନ୍ନତି ଆସିବା ଯୋଗୁ ଏଭଳି ସ୍ଥିତି ଦେଖାଯାଇଛି। ଏହି ସମୟରେ ଶେୟାର ବଜାରର ବିଭିନ୍ନ କ୍ଷେତ୍ରର ସୂଚୀଗୁଡିକ ଉନ୍ନତ କାରବାର ହାସଲ କରିଛନ୍ତି। ଗତ ୪ ଦିନ ଲଗାତରଭାବେ ସୂଚକାଙ୍କ ଖସିବା ଯୋଗୁ ନିବେଶକଙ୍କୁ ୧୯.୪୯ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ୪ ଦିନରେ ସୂଚକାଙ୍କ ୫,୮୧୫.୨୫ ପଏଣ୍ଟ ଖସିଯାଇଥିଲା। ବିଶ୍ୱ ବଜାରରୁ ଉନ୍ନତ ରଖିବା ଲାଗି ସାରା ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଅଧିକ ପଦକ୍ଷେପ ନେବେ ବୋଲି ନିବେଶକମାନେ ଆଶା କରୁଥିବା ଜଣାପଡିଛି।

Share