୧୪୨ତମ ଗୋପବନ୍ଧୁ ଜୟନ୍ତୀ: ଚଳଚଞ୍ଚଳ ଜନ୍ମପୀଠ ସୁଆଣ୍ଡୋ, ସତ୍ୟବାଦୀ; ଅପରାହ୍ନରେ ପହଞ୍ଚିବେ ରାଜ୍ୟପାଳ

ସାକ୍ଷୀଗୋପାଳ,୯।୧୦(ଡି.ଏନ୍‌.ଏ.)- ନିସ୍ବାର୍ଥପର ଜନସେବୀ, ଓଡ଼ିଆଜାତିର ଦରଦୀ ପ୍ରାଣ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୨ତମ ଜୟନ୍ତୀ ବୁଧବାର ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ସମାବେଶକୁ ନେଇ ପୁଣ୍ୟାତ୍ମାଙ୍କ ଜନ୍ମପୀଠ ସୁଆଣ୍ଡୋଠାରୁ କର୍ମପୀଠ ସତ୍ୟବାଦୀ ବକୁଳବନ ଚଳଚଞ୍ଚଳ ହୋଇଉଠିଛି । ଉତ୍କଳମଣିଙ୍କ ସହିତ ପଞ୍ଚସଖାଙ୍କ ପ୍ରତିମୁର୍ତ୍ତି ଓ ସମାଧି ପୀଠରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପଗୁଚ୍ଛ, ଧୂପ, ଦୀପ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବକୁଳବନ, ପଞ୍ଚସଖା ସ୍ମୃତି ସମାଧିପୀଠ, ସାକ୍ଷୀଗୋପାଳ ବସଷ୍ଟାଣ୍ଡ, କାଦୁଆ ଆଶ୍ରମ, ଜନଭୂମୀ ସୁଆଣ୍ଡୋ, ସାରଙ୍ଗଯୋଡି ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନରେ ମହାପୁରୁଷଙ୍କ ଜୟନ୍ତୀ ଉତ୍ସବ ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗୋପବନ୍ଧୁଙ୍କ କୁଳଦେବତା ରାଧା ବିନୋଦ ବିହାରୀଙ୍କ ପୁଜାର୍ଚ୍ଚନା ସହିତ ଭାଗବାତ ପାଠ କରାଯାଇଥିଲା। ଗୋପବନ୍ଧୁ ସ୍ମୃତି ପରିଷଦ ପକ୍ଷରୁ ଅନୁଷ୍ଠିତ ସ୍ମୃତି ସଭାରେ ଅତିଥି ଭାବରେ ଡା. ଅଶୋକ କୁମାର ମାହାପାତ୍ର, ଅଭିନେତା ସବ୍ୟସାଚୀ ମହାପାତ୍ର ପ୍ରମୁଖ ଯୋଗଦେଇ ଉତ୍କଳମଣିଙ୍କ ସେବା, ସଂସ୍କାର ଓ ଶିକ୍ଷା କ୍ଷେତ୍ରରେ ରହିଥିବା ପାରଦର୍ଶିତା ସମ୍ପର୍କରେ ଆଲୋକପାତ କରିଥିଲେ। ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରମାନଙ୍କୁ ସ୍ମୃତି ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରୀୟ କୁମାର ଜେନା, ସତ୍ୟବାଦୀ ଅତିରିକ୍ତ ତହସିଲଦାର ଉଲ୍ଲାସ ଚନ୍ଦ୍ର ସେଠୀ, ଏବିଡିଓ ସାରଦା ପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ସ୍ମୃତି ସମାଧି ପୀଠରେ ବିଗତ ବର୍ଷ ମାନଙ୍କଭଳି ସର୍ବଧର୍ମ ପ୍ରର୍ଥନା ସଭାରେ ପୁର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଧ୍ୟକ୍ଷତା କରିଥିଲେ । ଯେଗାଚାର୍ଯ୍ୟ ରମାକାନ୍ତ କର ବେଦପାଠ, ବିରେନ ପ୍ରଧାନ ବାଇବେଲ, ସମିମ ଅହମ୍ମଦ ଖାନ କୋରାନ, ଗୁରୁ କବିର ସିଂ ଗୁରୁଗ୍ରନ୍ଥ, ବୀରବର ଭକ୍ତ ଅଲେଖ ଭଜନ, ସଂଗ୍ରାମ ସ୍ବାଇଁ ଓ ରାକେଶ ରାଉତ ବାହାଇ ଭଜନ, ମନ୍ଦ୍ରେ ଜୈନ ଜୈନଧର୍ମ ବାଣୀ, ଉନନ୍ତେ ଧର୍ମାଲୋକ ବୌଦ୍ଧ ଭଜନ, ଉତ୍କଳମଣିଙ୍କ ରଚିତ ଭଜନ ଗୁରୁ ଅଶୋକ ମୁମାର ସାହୁ ଓ ସ୍ବୟଂଶ୍ରୀ ସତ୍ୟପ୍ରଜ୍ଞା, ଏବଂ ସୋନାଲୀ ରାୟ ଶାନ୍ତିପାଠ ଓ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ଗାନ କରିଥିଲେ। ଏଥିରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା, ସରପଞ୍ଚ ସୁବାଷ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ଭାରତ ବିକାଶ ପରିଷଦ, ବକୁଳବନ ସୁରକ୍ଷା ପରିଷଦ, ସାହିଭାଇ, କ୍ଲବ ସତ୍ୟବାଦୀ, ଲୋକସେବକ ମଣ୍ଡଳ, ସୁଆଣ୍ଡୋ ସେତୁ ସଂଗଠନ, ଶୋଭନୀୟ ଆନ୍ଦୋଳନ ସହିତ ସୁଦୁର ଯାଜପୁର ବ୍ୟାସ ନଗରରୁ ସାଇକେଲରେ ଶ୍ରଦ୍ଧାଳୁମାନେ ବକୁଳବନ ଓ ସୁଆଣ୍ଡୋରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଦେଖାଯାଇଛି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପୌରୋହିତ୍ୟରେ ସୁଆଣ୍ଡୋରେ ଅପରାହ୍ନରେ ଆୟୋଜିତ ସୃତି ସଭାରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ରାଜ୍ୟପାଳ ୫ ହଜାର ଗରିବ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri