Categories: ଜାତୀୟ

୧୪୦୦ କି.ମି. ସବୁଜ ପ୍ରାଚୀର ନିର୍ମାଣ ଯୋଜନା

ନୂଆଦିଲ୍ଲୀ,୧୦ା୧୦(ପି.ଟି.): ଗୁଜରାଟରୁ ଦିଲ୍ଲୀ-ହରିୟାଣା ସୀମା ପର୍ଯ୍ୟନ୍ତ ୧୪୦୦ କିଲୋମିଟର ଦୀର୍ଘ ଓ ୫ କିଲୋମିଟର ପ୍ରସ୍ଥ ବିଶିଷ୍ଟ ସବୁଜ ବେଲ୍ଟ ନିର୍ମାଣ ଲାଗି କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଆଫ୍ରିକାର ଡାକର (ସେନିଗାଲ୍‌)ରୁ ଜିବୁଟି ମଧ୍ୟରେ ଯାଇଥିତ୍ବା ବିଶାଳ ସବୁଜ ପ୍ରାଚୀର (ଗ୍ରେଟ ଗ୍ରିନ୍‌ ଓ୍ବାଲ୍‌) ଆଧାରରେ ଏହା ନିର୍ମାଣ ହେବ, ଯାହା ଜଳବାୟୁ ପରିବର୍ତ୍ତନ ଓ ମରୁସ୍ଥଳୀକରଣ ରୋକିବାରେ ସହାୟକ ହୋଇପାରିବ। ଏହି ଚିନ୍ତାଧାରା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲାବେଳେ ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀଙ୍କ ମଧ୍ୟରେ ଏହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ପୋରବନ୍ଦରରୁ ପାନିପତ୍‌ ମଧ୍ୟରେ ହେବାକୁ ଥିବା ଏହି ଗ୍ରୀନ୍‌ ବେଲ୍ଟ ଦ୍ୱାରା ଗୁଜରାଟ, ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀ ଦେଇ ଯାଇଥିବା ଆରାବଳୀ ପର୍ବତମାଳାର ଉଭୟ ପାର୍ଶ୍ୱରେ ବନୀକରଣ ହୋଇପାରିବ। ଏଥିସହିତ ପଶ୍ଚିମ ଭାରତର ମରୁଭୂମି ଓ ପାକିସ୍ତାନରୁ ଆସୁଥିବା ଧୂଳିକୁ ରୋକିବାରେ ମଧ୍ୟ ଏହା ସହାୟକ ହୋଇପାରିବ ବୋଲି କୁହାଯାଉଛି।

Share