‘୧୪ରେ ଲକ୍‌ଡାଉନ୍‌ ହଟାଇବା ଅସମ୍ଭବ’

ନୂଆଦିଲ୍ଲୀ,୯ା୪: ସମ୍ପ୍ରତି ଭାରତରେ ସୋସିଆଲ ଏମର୍ଜେନ୍ସି ବା ‘ସାମାଜିକ ଜରୁରୀ ପରିସ୍ଥିତି’ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏହି ଘାତକ ଭୂତାଣୁରେ ୫,୯୧୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୭୯ ଜଣଙ୍କ ଜୀବନ ଚାଲିଗଲାଣି। ଏହାର ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ସହ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି। ହେଲେ ସମସ୍ତ ଭାରତୀୟ ଏହି ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରୁନାହାନ୍ତି। ଫଳରେ ସ୍ଥିତି ଅଣାୟତ୍ତ ହୋଇଛି। ଆଗକୁ ଅବସ୍ଥା ଆହୁରି ଗମ୍ଭୀର ହୋଇପାରେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧି ବୃଦ୍ଧି ପାଇଁ ଚିନ୍ତା କରୁଛନ୍ତି। ଆସନ୍ତା ୧୪ ତାରିଖରେ ତାଲାବନ୍ଦ ମିଆଦ ଶେଷ ହେଉଥିବାବେଳେ ସଂକ୍ରମଣ ଓ ମୃତ୍ୟୁକୁ ରୋକିବା ଲାଗି ଆଗକୁ ଏହି ଅବଧିକୁ ବଢ଼ାଯିବ। କାରଣ କୋଭିଡ୍‌-୧୯ର ଦୌରାମତ୍‌ୟ ରୋକିବାକୁ ହେଲେ ଏଭଳି କଠୋର ନିଷ୍ପତ୍ତି ନିଆଯିବା ଜରୁରୀ। ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ଭାବ ବିନିମୟ କରି ବୁଧବାର ଏପରି ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାରା ବିଶ୍ୱକୁ କବଳିତ କରିଛି କରୋନା। ଏହି ମହାମାରୀର ପଞ୍ଝାରେ ରହିଛି ୨୦୯ ଦେଶ ଓ ସମୁଦ୍ରରେ ଭାସୁଥିବା ୨ ଜାହାଜ। ଇଟାଲୀ, ଫ୍ରାନ୍ସ ଓ ଆମେରିକା ଭଳି ଦେଶ ଭାଇରସ୍‌ର ଆଁ’ରେ ପଡ଼ି ମହାବିନାଶ ଆଡ଼କୁ ଗତି କରୁଥିବାବେଳେ ଭାରତ ବି ବର୍ତ୍ତିପାରି ନାହିଁ ଏହାର ଆକ୍ରମଣରୁ। ଭାରତରେ କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୪ ତାରିଖରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ, ଯାହାର ସମୟସୀମା ଏପ୍ରିଲ ୧୪ରେ ଶେଷ ହେଉଛି। ତେବେ ଯେଉଁ ଉଦ୍ଦେଶ୍ୟ ନେଇ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା ତାହା ପୂରଣ ହୋଇପାରି ନାହିଁ। ଏଥିପାଇଁ ଏହି ମିଆଦକୁ ଆସନ୍ତା ୧୪ରେ ଶେଷ ନ କରି ଆଗକୁ ବଢ଼ାଯିବ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସଂସଦୀୟ ଦଳ ନେତାମାନଙ୍କ ସହ ଆଲୋଚନା କରି ଆଗକୁ ମଧ୍ୟ ଏହି ମହାଯୁଦ୍ଧ ଜାରି ରଖିବାକୁ ପ୍ରସ୍ତୁତ ହେବା ସକାଶେ ଦେଶବାସୀଙ୍କୁ ସନ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶରେ ସୋସିଆଲ ଏମର୍ଜେନ୍ସି ଭଳି ସ୍ଥିତି ସୃଷ୍ଟି ହୋଇଥିବାରୁ ୧୪ ତାରିଖରେ ଲକ୍‌ଡାଉନ୍‌ ହଟାଇବା ସମ୍ଭବ ନୁହେଁ। କାରଣ ପ୍ରତ୍ୟେକ ଭାରତୀୟଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରାଥମିକତା। ଆମକୁ ଆହୁରି ଅଧିକ ସତର୍କ ହେବାକୁ ପଡ଼ିବ। ରାଜ୍ୟ ସରକାର, ଜିଲା ପ୍ରଶାସନ ଓ ବିଶେଷଜ୍ଞମାନେ କରୋନାର ମୁକାବିଲା ପାଇଁ ବର୍ତ୍ତମାନର ଲକ୍‌ଡାଉନ୍‌ ଅବଧିକୁ ଆସନ୍ତା ୧୪ରେ ଶେଷ ନ କରିବାକୁ ପ୍ରସ୍ତାବ ଦେଇଥିବା ମୋଦି ସ୍ପଷ୍ଟ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା ବେଳେ ବିରୋଧୀ ଦଳ ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଆଲୋଚନା ପରେ ପୁରୀ ଏମ୍‌ପି ତଥା ବିଜେଡି ସଂସଦୀୟ ଦଳ (ଲୋକ ସଭା) ନେତା ପିନାକୀ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ତେବେ ପ୍ରଧାନମନ୍ତ୍ରୀ ଶନିବାର ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀମାନଙ୍କ ସହ ଦ୍ୱିତୀୟ ଭିଡିଓ କନ୍‌ଫରେନ୍ସିଂ ଆଲୋଚନା ପରେ ଦେଶରେ ଲକ୍‌ଡାଉନ ସମୟସୀମା ବଢ଼ାଇବା ନେଇ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। କାରଣ ଆର୍ଥତ୍କ କାରବାର ବଢ଼ାଇବା ଓ ମୌଳିକ ସେକ୍ଟରଗୁଡ଼ିକୁ ପୁନର୍ବାର ଚାଲୁ କରିବା ପାଇଁ ପର୍ଯ୍ୟାୟକ୍ରମେ କଟକଣା ଉଠାଇଦେବା ଲାଗି ସରକାର ଚାହୁଁଥିବା ଏକ ସୂତ୍ରରୁ ଜଣାପଡିଛି। ଆସନ୍ତା ସପ୍ତାହରେ ସ୍କୁଲ୍‌, କଲେଜ ଖୋଲିବା ସମ୍ଭାବନା ନାହିଁ। କାରଣ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଉ ୪ ସପ୍ତାହ ବନ୍ଦ ରଖିବା ଲାଗି ମଙ୍ଗଳବାର ମନ୍ତ୍ରୀଗୋଷ୍ଠୀ ବୈଠକ ପରେ ସୁପାରିସ କରାଯାଇଛି। ସେହିପରି ଧର୍ମୀୟ ସମାଗମ ଓ ସଭାସମିତି ବନ୍ଦ ରଖିବା ଲାଗି ମନ୍ତ୍ରୀଗୋଷ୍ଠୀ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଟ୍ରେନ୍‌, ବସ୍‌ ଚଳାଚଳ ବନ୍ଦ ରହିପାରେ। ବିମାନ ଚଳାଚଳ ପର୍ଯ୍ୟାୟକ୍ରମେ ଆରମ୍ଭ କରିବାକୁ ମନ୍ତ୍ରୀଗୋଷ୍ଠୀ ସୁପାରିସ କରିଥିବାବେଳେ ଫସଲ ଅମଳ ଲାଗି ରାଜ୍ୟ ସରକାର ଅନୁମତି ଦେଇପାରିବେ ବୋଲି କୁହାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀଗୋଷ୍ଠୀ ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଯୋଗଦେଇଥିଲେ। ଶପିଙ୍ଗ୍‌ ମଲ୍‌ଗୁଡ଼ିକୁ ମଧ୍ୟ ଆଉ ୪ ସପ୍ତାହ ବନ୍ଦ ରଖିବା ଲାଗି ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri