୧୪ମାସର ଶିଶୁ କରୋନା ପଜିଟିଭ୍‌

ଅହମଦାବାଦ,୬।୪: ଗୁଜରାଟ ଜାମନଗର ଜିଲାର ଦରେଡ ଗଁାରେ ଜଣେ ୧୪ମାସର ଶିଶୁ କରୋନା ପଜିଟିଭ୍‌ ହୋଇଥିବା ସୂଚନା ମିଳିଛି। ଜାମନଗରରେ କରୋନା ଭାଇରସ୍‌ ସଂକ୍ରମଣର ଏହା ପ୍ରଥମ ମାମଲା। ସୂଚନାଯୋଗ୍ୟ, ଦରେଡ ଗାଁରେ ରହୁଥିବା ଜଣେ ଶ୍ରମିକ ଦମ୍ପତିଙ୍କ ୧୪ ମାସର ଶିଶୁ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛି। ଶନିବାର ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଖରାପ୍‌ ହୋବାରୁ ପରିବାର ଲୋକେ ସରକାରୀ ହସ୍ପିଟାଲକୁ ନେଇଥିଲେ। ସେଠାରେ ଶିଶୁଟିର ଯାଞ୍ଚ ହେବା ପରେ ରିପୋର୍ଟରେ କରୋନା ପଜିଟିଭ୍‌ ଆସିଥିଲା। ଏହାପରେ ଶିଶୁଟିକୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି। ସେହିପରି ଉକ୍ତ ଦମ୍ପତିଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେଇ ନ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ମଧ୍ୟ ଆଇସୋଲେଶନ୍‌ ଓ୍ବାର୍ଡରେ ରଖାଯାଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ଦରେଡ ଗାଁକୁ ସିଲ୍‌ କରାଯାଇଛି। ସୂଚନା ମୁତାବକ ଉକ୍ତ ଦମ୍ପତିଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନ ଥିବା ବେଳେ ନିକଟରେର ସେମାନେ ଗାଁରୁ ବାହାରକୁ ମଧ୍ୟ ଯାଇନାହାନ୍ତgି। ତେବେ ଶିଶୁଟି କିପରି ସଂକ୍ରମିତ ହେଲା ସେନେଇ ଏବେ ସ୍ବାସ୍ଥ୍ୟ ବିଭାଗର ଚିନ୍ତାର କାରଣ ପାଲଟିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

Share