୧୩ ବର୍ଷର ବାଳକଙ୍କ ଉପରେ ପଡିଗଲା ରାବଣ ପ୍ରତିକୃତି

ନୂଆପଡା ଅଫିସ୍‌,୯।୧୦: ନୂଆପଡା ଜିଲା କୋମନା ଥାନା କାଣ୍ତେତରା ଗାଁରେ ରାବଣ ପ୍ରତିକୃତି ପଡି ଜଣେ ୧୩ ବର୍ଷର ବାଳକ ଗୁରୁତର ଆହତ ହୋଇଛି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, କାଣ୍ତେତରା ଗାଁରେ ରାବଣ ପୋଡି ଉତ୍ସବ ପାଇଁ ରାବଣର ପ୍ରତିକୃତିକୁ ଏକ ଟ୍ରାକ୍ଟରରେ ନିଆଯାଉଥିଲା। ହଠାତ୍‌ ରାବଣର ପ୍ରତିକୃତି ତଳେ ପଡିଯିବାରୁ ତା’ ତଳେ ଚାପି ହୋଇଯାଇଥିଲେ ଯୋଗେଶ୍ୱର ସତନାମୀ ନାମକ ଜଣେ ବାଳକ। ତାଙ୍କୁ ଗୁରୁତର ଉଦ୍ଧାର କରାଯାଇ ନୂଆପଡା ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।