Categories: ବାଣିଜ୍ୟ

୧୩୭୫ ପଏଣ୍ଟ ଖସିଲା ସେନ୍‌ସେକ୍ସ

 

ମୁମ୍ବାଇ,୩୧। ୩: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ସୋମବାର ୧୩୭୫ ପଏଣ୍ଟ ଖସିଛି। କରୋନା ଯୋଗୁ ବଜାର ସ୍ଥିତି ଏବେ ଠିକ୍‌ ନ ଥିବାରୁ ଏହି ସମୟରେ ବ୍ୟାଙ୍କିଙ୍ଗ୍‌ ଏବଂ ଅଟୋ ସେଣ୍ଟର ଷ୍ଟକ୍‌ କାରବାର କ୍ଷତିଗ୍ରସ୍ତ ହୋଇଛି। ଦିନ ମଧ୍ୟରେ ସେନ୍‌ସେକ୍ସ ପ୍ରାୟ ୧୫୦୦ ପଏଣ୍ଟ ଖସିଯାଇଥିଲା। କାରବାର ଶେଷ ବେଳକୁ ଏହା ୧୩୭୫.୨୭ ପଏଣ୍ଟ ବା ୪.୬୧% ନିମ୍ନରେ ରହି ୨୮,୪୪୦.୩୨ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୩୭୯.୧୫ ବା ୪.୩୮% ନିମ୍ନରେ ରହି ୮,୨୮୧.୧୦ ସ୍ତରରେ ବନ୍ଦ ହୋଇଛି।

Share