Categories: ଫୁରସତ

୧୩୨ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ମଧ୍ୟପ୍ରଦେଶର ପଚମଢ଼ୀ ରାଜଭବନ

ମଧ୍ୟପ୍ରଦେଶର ଗ୍ରୀଷ୍ମକାଳୀନ ପଚମଢ଼ୀ ରାଜଭବନ ଦୀର୍ଘ ୧୩୨ ବର୍ଷ ପରେ ସାଧାରଣ ଜନତାଙ୍କ ପାଇଁ ଖୋଲିଛି। ଲୋକେ ଏହାର ପୁରୁଣା ବିଲିଡିଂ ଏବଂ ସାମଗ୍ରୀ ଦେଖି ଆଶ୍ଚର୍ଯ୍ୟ ହେବା ସହ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି। ୧୯୬୭ ମସିହାରେ ଶେଷଥର ପାଇଁ ଗ୍ରୀଷ୍ମଋତୁରେ ପଚମଢ଼ୀକୁ ଏହା ସ୍ଥାନାନ୍ତରିତ ହୋଇଥିଲା। ଏହା ପରେ ତତ୍‌କାଳୀନ ରାଜ୍ୟପାଳ ଗୋବିନ୍ଦ ନାରାୟଣ ସିଂହ ଗ୍ରୀଷ୍ମକାଳୀନ ରାଜଧାନୀ ସ୍ଥାନାନ୍ତରିତ ପ୍ରଥା ବନ୍ଦ କରିଦେଲେ। ଏଠାରେ ଥିବା ରାଜଭବନର ସମ୍ପର୍କରେ ସ୍ଥାନୀୟ ଲୋକେ ମଧ୍ୟ ଜାଣି ନ ଥାନ୍ତି। ଏହାର ତିନୋଟି ଗେଟ୍‌ ରହିଛି। ଯାହା ସର୍ବଦା ବନ୍ଦ ରହିଥାଏ। କେହି ମଧ୍ୟ ଏହାର ଫଟୋ ଉଠାଇ ନେଇପାରିବେ ନାହିଁ ବୋଲି କଟକଣା ରହିଛି। ପଚମଢ଼ୀ ରାଜଭବନ ୨୨ ଏକର ପରିମିତ ଜାଗାରେ ନିର୍ମିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀଙ୍କ ପାଇଁ ବଙ୍ଗଳା ରହିଛି। ଏଠାରେ ରାଜ୍ୟପାଳ ରହିବା ମଧ୍ୟ ଭବନ ରହିଥିବାବେଳେ ଏକ ବଡ଼ କନ୍‌ଫରେନ୍ସ ହଲ୍‌ ରହିଛି। ଏଥିସହିତ ଅତିଥି ଭବନ ଏବଂ ଡାଇନିଂ ହଲ୍‌ ରହିଛି। ଏଠାରେ ଏକ ପିଆନୋ ରହିଛି। ଯାହା ବର୍ତ୍ତମାନ ସମୟରେ ବି ବଜାଯାଉଛି। ରାଜଭବନ ପରିସରରେ ହାତୀଶାଳ ଏବଂ ଘୋଡ଼ଶାଳ ମଧ୍ୟ ରହିଛି। ବର୍ତ୍ତମାନର ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ସର୍ବସାଧାରଣଙ୍କ ଦେଖିବା ନିମେନ୍ତ ଏହାକୁ ଖୋଲିବା ପାଇଁ କିଛିଦିନ ତଳେ ପ୍ରତିଶୃତି ଦେଇଥିଲେ। ଫଳରେ ଦୀର୍ଘବର୍ଷରୁ ବନ୍ଦ ଥିବା ଏହି ରାଜଭବନ ଶନିବାର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

Share