Categories: ଫୁରସତ

୧୨ ଶହ ବର୍ଷ ଧରି ଢ଼ଳି ରହିଛି ଏହି ପଥର…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରହସ୍ୟ ଦେଖିବାକୁ ମିଳିଥାଏ। ଏସବୁ ରହସ୍ୟର ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ ଦେବାକୁ ଅସମର୍ଥ ହୋଇଥାଏ। ତାମିଲ୍‌ନାଡୁର ମହାବଳୀପୁରମ୍‌ରେ ରହିଛି ୧୨ ଶହ ବର୍ଷର ଏକ ପଥର। ପଥରଟି ଢ଼ଳି ହୋଇ ରହିଛି। ଏହାର ଉଚ୍ଚତା ୨୦ ଫୁଟ ଏବଂ ଚୌଡ଼ା ୧୫ ଫୁଟ। ଏହାର ଓଜନ ୨୫୦ ଟନ୍‌ ହେବ ବୋଲି ଗବେଷକ କୁହନ୍ତି। ଏହା ଏପରି ଢ଼ଳି ରହିଥିବାରୁ ସ୍ଥାନୀୟ ଲୋକେ ଏହାକୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଲହୁଣୀ ହାଣ୍ଡି ବୋଲି କହିଥାନ୍ତି। କେତେକ କୁହନ୍ତି ପ୍ରଭୁ ଶ୍ରୀକୃଷ୍ଣ ଲହୁଣୀ ଚୋରି କରି ଖାଉଥିବାବେଳେ ଏଠାରେ କିଛି ପଡ଼ିଯାଇଥିଲା। ପରେ ଏହା ବିରାଟକାୟ ପଥର ରୂପ ନେଇଛି। ୧୯୦୮ରେ ଏହି ପଥର ସମ୍ପର୍କରେ ଜଣାପଡ଼ିଥିଲା। କୁହାଯାଏ ଥରେ ଏହି ପଥରକୁ ଖସାଇବା ପାଇଁ ୭ଟି ହାତୀଙ୍କୁ ଲଗାଯାଇ ଟଣାଯାଇଥିଲା। ତେବେ ପଥର ନିଜ ସ୍ଥାନରୁ ଘୁଞ୍ଚି ନ ଥିଲା। ତେବେ ଏହାକୁ କୌଣସି ରାଜା ଏପରି କରିଛନ୍ତି ନା ଏହା ପ୍ରକୃତିର ଏକ ରୂପ ସେ ନେଇ କିଛି ସୂଚନା କାହା ପାଖରେ ନାହିଁ।

Share