Categories: ଜାତୀୟ

୧୨ ମିନିଟ୍‌ରେ ୪ ଥର ଥରିଲା ମହାରାଷ୍ଟ୍ର : ଜଣେ ମୃତ

ପାଲଘର,୨୫।୭: ମହାରାଷ୍ଟ୍ର ପାଲଘର ଜିଲା ଡାହାନୁ ଅଞ୍ଚଳରେ ଗୁରୁବାର ହୋଇଥିବା ଭୂକମ୍ପରେ ଜଣେ ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିବା ବେଳେ ଘରର କାନ୍ଥ ଭୂଷୁଡି ପଡିବାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ବୁଧବାର ପାଲଘର ଜିଲା ତଳସରି ବେଲ୍ଟରେ ରାତି ୧ଟା ୩ରୁ ୧ଟା ୧୫ ମଧ୍ୟରେ ୩.୬, ୨.୯ ଓ ୨.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ମହିଳା ଜଣଙ୍କ ଯେଉଁ ଘରେ ରହୁଥିଲେ ତାହା ଅତି ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଏହାର କାନ୍ଥ ଭୂଷୁଡି ପଡିଥିବା କୁହାଯାଉଛି।

Share